Advertisment

ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ଚାଉଳ ATM

ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ ।

ଅଦ୍ୟତନ ହୋଇଛି
Rice ATM Inaugurated In Bhubaneswar

Rice ATM

Advertisment

ଏଟିଏମ୍‌ରୁ ବାହାରିବ ଚାଉଳ । ପୂର୍ବରୁ ଆପଣ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ । ଏବେ ଏଟିଏମ୍‌ରୁ ଆପଣ ଉଠାଇ ପାରିବେ ଚାଉଳ । ଭୁବନେଶ୍ୱରରେ ଖୋଲିଛି ଦେଶର ପ୍ରଥମ ଚାଉଳ ଏଟିଏମ୍ । ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍‌ । ଏହି ଚାଉଳ ଏଟିଏମ୍‌କୁ ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଏଟିଏମରୁ ଜଣେ ହିତାଧିକାରୀ ନିଜ କାର୍ଡ ନମ୍ବର ମାରି ଥମ୍ବ ସ୍କାନ କରି ଚାଉଳ ନେଇପାରିବେ।

Advertisment

ରାଜଧାନୀରେ ଖୋଲିଥିବା ଦେଶର ପ୍ରଥମ ଚାଉଳ ଏଟିଏମ୍‌ ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଏହା ସବୁ ଜିଲ୍ଲା ଆଉ ବ୍ଲକରେ ଖୋଲିବ । ଜଣେ ଖାଉଟି ସର୍ବାଧିକ ୨୫ କେଜି ଯାଏ ଚାଉଳ ATMରୁ ବାହାର କରିପାରିବେ । ଅନ୍ୟ ଜିଲ୍ଲାର ହିତାଧିକାରୀ ମଧ୍ୟ ଆସି ଭୁବନେଶ୍ୱରରେ ଥିବା ଚାଉଳ ଏଟିଏମ୍‌ରୁ ଚାଉଳ ନେଇପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ତେବେ ଏହା ଲାଗୁ ହେବା ଦ୍ୱାରା ହିତାଧିକାରୀ ଆଉ ଡିଲର ପାଖରେ ଛିଡ଼ାହୋଇ ରହିବେ ନାହିଁ । ଏମିତି କି କୌଣସି ଚୋରି କିମ୍ବା ଦଲାଲି ମଧ୍ୟ ବନ୍ଦ କରିବ ଏହି ଚାଉଳ ଏଟିଏମ୍‌ ।

ତେବେ ଏହି ଚାଉଳ ଏଟିଏମ୍‌ରୁ ସୁବିଧା ପାଇବାକୁ ହେଲେ ଜଣେ ହିତାଧିକାରୀଙ୍କୁ ପ୍ରଥମେ ଏହି ମେସିନରେ ବାୟୋମେଟ୍ରିକ, ରାସନ କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ୍ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଟଙ୍କା ଉଠାଇବା ଭଳି ଚାଉଳ ବାହାର କରିପାରିବେ । ଜଣେ ହିତାଧିକାରୀ ସର୍ବାଧିକ ୨୫ କେଜି ପର୍ଯ୍ୟନ୍ତ ଚାଉଳ ଏଥିରୁ ବାହାର କରିପାରିବେ । ଏହି ଏଟିଏମ୍ ବସିବା ଫଳରେ ରାସନ କାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ ଛିଡ଼ା ହେବେ ନାହିଁ ।

Advertisment

Ration Card Holders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ