Advertisment

Odisha Border Dispute: ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ, କହିଲେ...

ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସୀମାକୁ ନେଇ ଛତିଶଗଡ଼, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ବିବାଦ ରହିଛି । ଏନେଇ ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନା କରିଛି । ଛତିଶଗଡ଼ ଏବଂ ଝାଡଖଣ୍ଡ ସହ ବିଶେଷ ସମସ୍ୟା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ ।

ଅଦ୍ୟତନ ହୋଇଛି
Suresh Pujari Slams West Bengal Govt

Suresh Pujari Slams West Bengal Govt

Advertisment

ପଶ୍ଚିମବଙ୍ଗ ସରକାରଙ୍କୁ ନାଲି ଆଖି ଦେଖାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ମନ୍ତ୍ରୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି 'ପଶ୍ଚିମବଙ୍ଗ ଏକ ଅସଭ୍ୟ ସରକାର । ଆବଶ୍ୟକ ପଡିଲେ ଓଡିଶା ପଶ୍ଚିମବଙ୍ଗକୁ ପାଠ ପଢାଇ ରାସ୍ତା ଦେଖାଇବ ।

Advertisment

ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ସୀମାକୁ ନେଇ ଛତିଶଗଡ଼, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ବିବାଦ ରହିଛି । ଏନେଇ ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନ କରିଛି । ଛତିଶଗଡ଼ ଏବଂ ଝାଡଖଣ୍ଡ ସହ ବିଶେଷ ସମସ୍ୟା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ ।

ରାଜସ୍ବ ବିଭାଗ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗରେ ଅଛି । ଅନେକ ଓଡ଼ିଆ ଅଧିକାରୀ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ରାଜସ୍ବ ବିଭାଗରେ କାର୍ଯ୍ୟ କରୁଛନ୍ତି । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ସୀମା ଚିହ୍ନଟ ହେବ । ପଶ୍ଚିମବଙ୍ଗ ରାଜସ୍ବ ଅଧିକାରୀଙ୍କ ସହ ଓଡ଼ିଶାର ରାଜସ୍ବ ଅଧିକାରୀ ଫିଲ୍‌ଡ ଭିଜିଟ କରି ଅତିଶୀଘ୍ର ସୀମା ଚିହ୍ନଟ କରିବେ । ଏ ସରକାର ବିନା ବିବାଦରେ ସୀମା ଚିହ୍ନଟ ସମସ୍ୟାର ସମାଧାନ କରିବ । ପଶ୍ଚିମବଙ୍ଗ ସରକାର ଅସଭ୍ୟ ସରକାର । ପଶ୍ଚିମବଙ୍ଗ ଦେଶରେ ସମସ୍ୟା ସୃଷ୍ଟି କରୁଛି । ଓଡିଶା ସରକାରଙ୍କୁ ହଇରାଣ କରିବା ପାଇଁ ଆଳୁ ସମସ୍ୟା ସୃଷ୍ଟି କରୁଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗ ସରକାର ଅନୁପ୍ରବେଶ ମଧ୍ୟ କରାଉଛି । ନୂଆ ନାଗରିକତା ଆଇନକୁ ଲାଗୁ କଲେନାହିଁ । ପଶ୍ଚିମବଙ୍ଗ ସରକାର ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିଁ । ଗଣତନ୍ତ୍ରରେ ଏହା ଦୁର୍ଭାଗ୍ୟ ।

Advertisment

ବିବାଦ ତିଆରି କରିବାର କାମ କରିବା ସହ ଝଗଡା ତିଆରି କରିବାର କାମ କରୁଛି ପଶ୍ଚିମବଙ୍ଗ । ସେମାନଙ୍କର ପାଠ ପଢ଼ିବାର ଆବଶ୍ୟକତା ଅଛି । ଓଡିଶା ସରକାର ତାଙ୍କୁ ପାଠ ପଢ଼ାଇବ ଏବଂ ରାସ୍ତା ଦେଖାଇବ । ଜବରଦସ୍ତିକୁ କିଏ ଖାତିର କରୁଛି। ପଶ୍ଚିମବଙ୍ଗ ସରକାର ଖୁଣ୍ଟ ପୋତିଲେ ଓଡ଼ିଶା ଲୋକ ଉପାଡ଼ି ଫିଙ୍ଗିବେ। ରାଜସ୍ବ ବିଭାଗକୁ ଲୋକ ସହଯୋଗ କରୁଛନ୍ତି। ଓଡ଼ିଶା ସାରା ଦେଶକୁ ରାସ୍ତା ଦେଖାଉଛି, ପଶ୍ଚିମବଙ୍ଗ ସରକାରକୁ ରାସ୍ତା ଦେଖାଇବାକୁ ବେଶି ସମୟ ଲାଗିବନି । ମନ୍ତ୍ରୀ ଆହୁରି କହିଛନ୍ତି ୧୯୩୬ ମସିହାରୁ ଓଡିଶା ଗଠନ ହୋଇଛି । ରାଜ୍ୟ ଗଠନକୁ ଆଉ ୧୨ବର୍ଷ ପରେ ୧୦୦ବର୍ଷ ହେବ । କିନ୍ତୁ ଏବେ ପର୍ଯ୍ୟନ୍ତ ଉଭୟ ରାଜ୍ୟର କୌଣସି ସରକାର ସୀମା ଚିହ୍ନଟ କରିନାହାନ୍ତି ।

ଅଧିକ ପଢ଼ନ୍ତୁ: କେନ୍ଦୁଝରରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ; ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି...

Advertisment
Odisha West Bengal Odisha Border Issue Suresh Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ