Advertisment

Retirement Policy Change in Odisha: ରିଟାୟାର୍ଡ ଅଫିସରଙ୍କୁ ପୁନଃ ନିଯୁକ୍ତି ନୀତିରେ ସରକାରଙ୍କ ୟୁ-ଟର୍ଣ୍ଣ, ବିଜ୍ଞପ୍ତି ପରେ ଘେରିଲେ ବିରୋଧୀ

ବଦଳିଲା ରାଜ୍ୟ ସରକାରଙ୍କ ନୀତି। ଅବସର ପରେ ବି OAS ଅଧିକାରୀଙ୍କୁ ଦିଆଯିବ ଚୁକ୍ତି ଭିତ୍ତିକ ପୁନଃ ନିଯୁକ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏଭଳି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ରିଟାର୍ଡ ଓଏଏସ୍ ଅଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଜବାବରେ ବିଜେପି କହିଛି, ପୂର୍ବ ବିଜେଡି ସରକାର ଅମଳରେ ବହୁ ସରକାରୀ ପଦବି ଖାଲି ପଡ଼ିଥିବାରୁ ତାକୁ ସଜାଡ଼ିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।

ଅଦ୍ୟତନ ହୋଇଛି
u turn

ଅଧିକ ପଢ଼ନ୍ତୁ: ୪ ଦଶନ୍ଧି ପରେ କୋର୍ଟର ନବକଳ୍ପ; ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ

ଅବସର ପରେ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ନୀତିରେ ସରକାରଙ୍କ ୟୁ-ଟର୍ଣ୍ଣ। ରିଟାର୍ଡ ଓଏଏସ୍ ଅଫିସରଙ୍କଠୁ ଆବେଦନ ପତ୍ର ଆହ୍ୱାନ। ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ୍ ଅଧିକାରୀମାନଙ୍କୁ ‘ଓଏସ୍ଡି’ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି ଆବେଦନ। ଏହି ନିଯୁକ୍ତି ପ୍ରାରମ୍ଭିକ ଭାବେ ଏକବର୍ଷ ପାଇଁ ହେବ। କାର୍ଯ୍ୟ ସନ୍ତୋଷଜନକ ରହିଲେ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରିବ। ମୋଟ ଚାରି ବର୍ଷ କିମ୍ବା ସର୍ବାଧିକ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ସଂପୃକ୍ତ କର୍ମଚାରୀ କାର୍ଯ୍ୟ କରିପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ସରକାରଙ୍କ ଏଭଳି ପରିବର୍ତ୍ତିତ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେପି କହିଛି ପୂର୍ବ ସରକାରରେ ସରକାରୀ କଳରେ ପଦବି ଖାଲି ପଡିଥିବାରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି।

Advertisment

ଗତ ବର୍ଷ ଜୁନ୍ ମାସରେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ ଉପରେ ସଂପୂର୍ଣ୍ଣ କଟକଣା ଜାରି କରିଥିଲେ। ଏପରିକି ଅତ୍ୟନ୍ତ ଜରୁରୀ ନଥିଲେ ଏଭଳି ନିଯୁକ୍ତି ହୋଇପାରିବ ନାହିଁ ବୋଲି କୁହାଯାଇଥିଲା। ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ଅତ୍ୟନ୍ତ ଜଟିଳ କରିବା ସହ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ କମିଟିର ବିନା ଅନୁମତିରେ କେହି ନିଯୁକ୍ତି ପାଇପାରିବେ ନାହିଁ ବୋଲି ଦର୍ଶାଯାଇଥିଲା। ଏନେଇ ଗତବର୍ଷ ସେପ୍ଟେମ୍ବର 12 ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ସେହିଭଳି ଆଇନ ବିଭାଗ ବି 9 ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି।

ଅଧିକ ପଢ଼ନ୍ତୁ: ଲାଜ ଲାଗୁଛି ତ ମୋ ପାଖକୁ ଆସ... କାହିଁକି ଏପରି କହିଲେ ଟିନା

BJD BJP OAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ