Advertisment

Jagannath Sagar Renovation: ଆରମ୍ଭ ହେଲା ଜଗନ୍ନାଥ ସାଗରର ପୁନରୁଦ୍ଧାର କାର୍ଯ୍ୟ, ପ୍ରଥମ ପର୍ଯ୍ୟାୟରେ ସଫା ହେବ ପଙ୍କ ଓ ଦଳ

ଜୟପୁର ସହରର ଐତିହାସିକ ଜଗନ୍ନାଥ ସାଗର । ଗତ ମେ' ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ । ନଗର ଉନ୍ନୟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କାର ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟରେ ପଙ୍କ, ମାଟି ଓ ଦଳ ସଫା କରାଯିବ ।

ଅଦ୍ୟତନ ହୋଇଛି
ଜଗନ୍ନାଥ ସାଗରର ପୁନରୁଦ୍ଧାର

ଜଗନ୍ନାଥ ସାଗରର ପୁନରୁଦ୍ଧାର

Advertisment

ବହୁ ବାଦ ବିବାଦ, ତର୍କ ବିତର୍କ ପରେ ଆରମ୍ଭ ହୋଇଛି ଐତିହାସିକ ଜଗନ୍ନାଥ ସାଗରର ପୁନରୁଦ୍ଧାର କାର୍ଯ୍ୟ । ଗତ ମେ' ପ୍ରଥମ ସପ୍ତାହରେ ସାଗରର ପୁନରୁଦ୍ଧାର ନିମନ୍ତେ ଅଣ୍ଟା ଭିଡିଛି ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ଜଗନ୍ନଥ ସାଗରରେ ଥିବା ପଙ୍କ ଓ ଦଳ ସଫା ସହ ଚତୁଃପାର୍ଶ୍ୱରେ ଥିବା ଘଞ୍ଚ ବୁଦାକୁ ସଫା କରାଯିବ । ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତ ବର୍ଷ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଜାତୀୟ ସ୍ତରର ଲେକ ମ୍ୟାନଙ୍କୁ ଡକାଯାଇ ସ୍ଥିତି ଅନୁଧ୍ୟାନ ପରେ ତାଙ୍କ ମଡେଲ କାର୍ଯ୍ୟକାରୀ ହେବା ନେଇ ନାନାଦି ପ୍ରଶ୍ନ ଉଙ୍କି ମାରିଛି ।

Advertisment

ଜୟପୁର ସହରର ଐତିହାସିକ ଜଗନ୍ନାଥ ସାଗର । ଗତ ମେ' ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ । ନଗର ଉନ୍ନୟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କାର ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟରେ ପଙ୍କ, ମାଟି ଓ ଦଳ ସଫା କରାଯିବ । ଜୟପୁର ସହରର ଲାଇଫ ଲାଇନ କୁହାଯାଉଥିବା ଏହି ଐତିହାସିକ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଜୋରସୋରରେ ଚାଲିଛି କାମ । ଏଠାରେ ସମସ୍ତ ପ୍ରକାର ଶୁଭ ଓ ଅଶୁଭ କାର୍ଯ୍ୟ ସହ ପାନୀୟ ଜଳ ନିମନ୍ତେ ବ୍ୟବହାର ହେଇଆସୁଛି। ଏହାର ପୁନରୁଦ୍ଧାର କରି ପର୍ଯ୍ୟଟନସ୍ଥଳୀର ଭ୍ୟୁ ପଏଣ୍ଟ ଭାବେ ବ୍ୟବହାର ନିମନ୍ତେ ଯୋଜନା ହୋଇଥିଲା। ହେଲେ ସେହି ଯୋଜନା ଫସର ଫାଟିବା ପରେ ଏବେ ନୂଆ ସରକାର ପୁନର୍ବାର ପୁନରୁଦ୍ଧାର ନିମନ୍ତେ ଅଣ୍ଟା ଭିଡିଛନ୍ତି । ସେପଟେ ଜଗନ୍ନାଥ ସାଗର ପୁନରୁଦ୍ଧାର କାର୍ଯ୍ୟକୁ ସାଧରଣରେ ସ୍ବାଗତ କରିବା ସହ ପୂର୍ବ ଭଳି ରାଜନୈତିକ ଅଭିସନ୍ଦି ନରଖି ଦାୟିତ୍ୱରେ ଥିବା ସରକାରୀ ବାବୁ ଓ ନିର୍ବାଚିତ ପ୍ରତିନିଧିମାନେ ନିୟମିତ ତଦାରକ କରି ସାଗରର ପୂର୍ବ ଐତିହ୍ୟକୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି ।

ଐତିହାସିକ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଦୀର୍ଘ ଦିନର ଆନ୍ଦୋଳନ, ବିକ୍ଷୋଭ ପରେ ଗତବର୍ଷ ଜୁଲାଇ ୭ ତାରିଖରେ ପ୍ରସିଦ୍ଧ ସାଗର ମଣିଷ ଭାବେ ପରିଚିତ ବେଙ୍ଗାଳୁରର ଆନନ୍ଦ ମଲିକଓ୍ୱାର୍ଡ କୋରାପୁଟ ଗସ୍ତରେ ଆସିଥିଲେ । ସେତେବେଳେ ସେ ଜଗନ୍ନାଥ ସାଗରର ଅନୁଧ୍ୟାନ କରିବା ସହ ଏହାର ଇତିହାସକୁ ଫେରାଇ ଆଣିବାକୁ ଯୋଜନା କରିଥିଲେ । ଏପରିକି ସାଗରର ଗଭୀରତା ସହ ଭିତରେ କେତେ ପରିମାଣର ପାଣି ଓ ପଙ୍କ ରହିଛି ତାହାର ଅନୁଧ୍ୟାନ କରି ସାଗରର ପୁନରୁଦ୍ଧାର ପାଇଁ ପରାମର୍ଶ ପରେ ଅଣ୍ଟା ଭିଡିଥିଲା କୋରାପୁଟ ଜିଲ୍ଲା ପ୍ରଶାସନ । ତତ୍କାଳୀନ ରାଜ୍ୟ ସରକାରଙ୍କ ୪ଟି ଫଣ୍ଡରୁ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ କାମ ଆରମ୍ଭ ହୋଇଥିଲେ ବି ସୁଫଳ ମିଳି ପାରିନଥିଲା । ନୂଆ ସରକାରରେ ସାଗରର ପୁନରୁଦ୍ଧାର ପାଇଁ ଜୟପୁର ବିଧାୟକଙ୍କ ନେତୃତ୍ୱରେ ପୌର ପରିଷଦର ସମସ୍ତ କାଉନସିଲର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କୁ ଭେଟିଥିଲେ । ପର୍ଯ୍ୟାୟ କ୍ରମେ ସାଗରର ଉନ୍ନତି କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ଏବେ ଦେଖିବାର କଥା ଐତିହାସିକ ଜଗନ୍ନାଥ ସାଗରର ଭାଗ୍ୟ କେବେ ବଦଳିବ ଓ ତାର ପୂର୍ବ ଐତିହ୍ୟ କେବେ ଫେରି ପାଇବ ।

Advertisment

ଅଧିକ ପଢ଼ନ୍ତୁ: ସୁନ୍ଦରଗଡ଼ରୁ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣା, ୩ ଦିନ ପରେ ମିଳିଲା ବିସ୍ଫୋରକ

Koraput
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ