କ୍ରେତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ବଡ଼ ପଦକ୍ଷେପ! RERA ବିଜ୍ଞପ୍ତିରେ ସଂଶୋଧନ

ରେରା ବିଜ୍ଞପ୍ତିରେ ସଂଶୋଧନ । କ୍ରେତାଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଗତ ଜୁଲାଇ ୩ରେ ପ୍ରକାଶିତ ବିଜ୍ଞପ୍ତିକୁ ରେରା ସଂଶୋଧନ କରିଛି ।

RERA

ରେରା ବିଜ୍ଞପ୍ତିରେ ସଂଶୋଧନ । କ୍ରେତାଙ୍କ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ଗତ ଜୁଲାଇ ୩ରେ ପ୍ରକାଶିତ ବିଜ୍ଞପ୍ତିକୁ ରେରା ସଂଶୋଧନ କରିଛି । ସଂଶୋଧିତ ବିଜ୍ଞପ୍ତିରେ କ୍ରେତା ସଂଘ ବା ଆଲଟି ଆସୋସିଏସନକୁ କ୍ଷମତାସୀନ କରାଯାଇଛି । ସଂଘକୁ ଦିଆଯାଇଛି ଅଧିକ ଗୁରୁତ୍ୱ । ପ୍ଲାନ୍ ଓ ସର୍ବସାଧାରଣ ଅଞ୍ଚଳ ସଂଘକୁ ହସ୍ତାନ୍ତର ହୋଇଛି ବୋଲି ସଂଘର ସ୍ୱୀକୃତିପତ୍ର ପ୍ରମୋଟର ଦାଖଲ କରିବ ।

ନଚେତ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ମିଳିବ ନାହିଁ । ସେହିପରି ସଂଶୋଧିତ ବିଜ୍ଞପ୍ତିରେ ଆଉ ଏକ ବଡ଼ ପରିବର୍ତ୍ତନ ହୋଇଛି । ଏଣିକି ୫ ବର୍ଷ ଯାଏ ଜମା ରହିବ ପ୍ରକଳ୍ପ ମୂଲ୍ୟର ୧ ପ୍ରତିଶତ । ଯାହାକୁ ମରାମତି ପାଇଁ ଖର୍ଚ୍ଚ କରାଯିବ । ପୂର୍ବରୁ କ୍ରେତାମାନେ ଜମା କରୁଥିବା ଅର୍ଥର ୭୦ ପ୍ରତିଶତ ରେରାଙ୍କ ସ୍ୱୀକୃତିପ୍ରାପ୍ତ ଆକାଉଣ୍ଟରେ ଜମା ରହୁଥିଲା ।

ଏହାକୁ ୭୦ ପ୍ରତିଶତ ଆକାଉଣ୍ଟ କୁହାଯାଉଥିଲା । ପ୍ରକଳ୍ପ ଶେଷ ହେବା ପରେ ବଳକା ଅର୍ଥ ରାଶି ୫ ବର୍ଷ ଯାଏ ସେମିତି ରହୁଥିଲା । ମରାମତି ପାଇଁ ଯେଉଁ ଅର୍ଥ ଆବଶ୍ୟକ ହେଉଥିଲା ସେଥିରୁ ଭରଣା ହେଉଥିଲା । କିନ୍ତୁ ଅଧିକାଂଶ ପ୍ରମୋଟର ଏହି ଆକାଉଣ୍ଟରେ ଟଙ୍କା ରଖୁ ନଥିଲେ । ଫଳରେ ମରାମତି ଆବଶ୍ୟକ ପଡ଼ିଲେ ସେମାନେ ଧରାଛୁଆଁ ଦେଉ ନଥିଲେ ।