Advertisment

ବଢ଼ୁଛି ସୁଭଦ୍ରା ଯୋଜନା ପଞ୍ଜୀକରଣ; ଦାଖଲ ହେଲାଣି ୫୦ ଲକ୍ଷରୁ ଅଧିକ ଫର୍ମ

ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବଢ଼ୁଛି ପଞ୍ଜୀକରଣ । ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ କଲେଣି ଫର୍ମ ଦାଖଲ । ଆସନ୍ତା ୧୭ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

Advertisment

ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ବଢ଼ୁଛି ପଞ୍ଜୀକରଣ । ଏପର୍ଯ୍ୟନ୍ତ 50 ଲକ୍ଷରୁ ଅଧିକ ଫର୍ମ ଦାଖଲ ହୋଇସାରିଲାଣି । ୧୫ ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ନିକଟକୁ ୧୭ତାରିଖରେ ପ୍ରଥମ କିସ୍ତି ଯିବ । 

Advertisment

ଆସନ୍ତାକାଲି ସୁଭଦ୍ରା ସ୍ବାଗତ ପଦଯାତ୍ରାର ଦିନ । ଦଶ ହଜାର ପଦଯାତ୍ରା ହେବ । ରାଜଧାନୀରୁ ଆରମ୍ଭ କରି ପ୍ରତ୍ୟକ ରାଜସ୍ବ ଗାଁରେ ହେବ ସୁଭଦ୍ରା ଯାତ୍ରା। ପ୍ରତି ପଞ୍ଚାୟତରେ ଜିପିଏଲଏଫଙ୍କ ନେତୃତ୍ବରେ ହେବ ଏଡି ଯାତ୍ରା। ଏଥିରେ ସ୍ବଂୟ ସହାୟିକା ଗୋଷ୍ଠୀଗୁଡିକ ମଧ୍ୟ ସାମିଲ ହେବେ। 

ଭୁବନେଶ୍ବରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଁଏ ସୁଭଦ୍ରା ପଦଯାତ୍ରା ହେବ। ମହିଳା କୈନ୍ଦ୍ରିକ ସବୁଠୁ ବଡ଼ ଯୋଜନାକୁ ଆସନ୍ତା ୧୭ତାରିଖରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ବର ଗସ୍ତ ଅବସରରେ ୩ ହଜାର ୮୦୦ କୋଟିର ପ୍ରକଳ୍ପର କରିବେ ଶୁଭାରମ୍ଭ।

Advertisment

ଏପଟେ ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ନେଇ ବନ୍ଧା ହେଲେ ସିଏସସି କର୍ମଚାରୀ। ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ପ୍ରତି ଫର୍ମ ପାଇଁ ଶହେ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ତଦନ୍ତ କରି ତାଙ୍କୁ ଗିରଫ କରିଛି ପୋଲିସ୍ । ଏହି ଫର୍ମ ପୂରଣ ପାଇଁ ଲୋକଙ୍କଠୁ କୌଣସି ପ୍ରକାର ଟଙ୍କା ନିଆଯିବନି ବୋଲି କୁହାଯାଇଥିଲା। ଏନେଇ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି, ତଥାପି ଏନେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ତାଙ୍କୁ ବାନ୍ଧିଛି ପୋଲିସ୍। 

Online Registrations Online Apply
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ