Advertisment

ଆଜିଠୁ ‘ସୁଭଦ୍ରା’ ପଞ୍ଜିକରଣ; ଜାଣନ୍ତୁ କେଉଁଠି ମିଳିବ ଫର୍ମ, କିପରି କରିବେ ଆବେଦନ...

‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Subhadra

Subhadra

Advertisment

‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଗତକାଲି ସୋସିଆଲ୍ ମିଡ଼ିଆରେ ଲାଇଭରେ ଆସି ଉପମୁଖ୍ୟମନ୍ତ୍ରୀ କହିଥିଲେ, ‘ସୁଭଦ୍ରା’ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇସାରିଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଫର୍ମ ଉପଲବ୍ଧ ହୋଇଥିବାବେଳେ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ।

Advertisment

ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ।ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

‘ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାଁରେ ଆଧାର କାର୍ଡ କିମ୍ବା ନମ୍ବର ଥିବା ଏକାନ୍ତ ଆବଶ୍ୟକ। ଏହା ସହ ଆଧାର କାର୍ଡ ସହିତ ନିଜର କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ହୋଇଥିବା ଜରୁରୀ। ହିତାଧିକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ଆବଶ୍ୟକ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

‘ସୁଭଦ୍ରା’ ଯୋଜନା ହେଉଛି ଓଡ଼ିଶା ପାଇଁ ଆରମ୍ଭ ହୋଇଥିବା ଗୋଟିଏ ନୂଆ ଯୋଜନା । ଏହି ଯୋଜନା ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ  ଘୋଷଣା କରିଥିଲା । ଯଦି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିବା ପାଇଁ ସମର୍ଥ ହୁଏ ତେବେ ମହିଳା ସଶକ୍ତିକରଣ ପାଇଁ ସର୍ବ ପ୍ରଥମେ ସୁଭଦ୍ରା ଯୋଜନାର ସୁଭାରମ୍ଭ କରିବ ବୋଲି ପ୍ରତିଶରୁତି ଦେଇଥିଲା । ମହିଳାମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହି ଯୋଜନାରେ ମିଳିବାକୁ ଥିବା ସହାୟତା ରାଶି ଦ୍ବାରା ନିଜର ଜୀବନ ଜୀବିକାକୁ ଆହୁରି ସୁଦୃଢ କରିପାରିବେ । ଏହି ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀ ମହିଳା ୫୦ହଜାରର ଆର୍ଥିକ ସହାୟତା ପାଇ ପାରିବେ ।

Subhadra Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ