• Astrospeak
  • Live TV
  • Read In English

Ravenshaw University: ରେଭେନ୍ସାରେ ଅଜବ ନିଷ୍ପତ୍ତି ନେଲେ, ଘଣ୍ଟାକ ପରେ ୟୁ-ଟର୍ଣ୍ଣ ମାରିଲେ...

ରେଭେନ୍ସା ଭାଇସ୍ ଚାନସଲରଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଲା ବଡ଼ ଆଉ ଅଜବ ବିଜ୍ଞପ୍ତି। କୁହାଗଲା- ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନେ ସନ୍ଧ୍ୟା ସାଢେ ୫ଟା ପୂର୍ବରୁ କ୍ୟାମ୍ପସ୍ ଛାଡ଼। ସୁରକ୍ଷା ଦୃଷ୍ଟିରୁ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ। SoP ଜାରି ନହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ତେବେ ଏହାର ମାତ୍ର ଘଣ୍ଟାକ ପରେ ବଦଳିଗଲା ନିଷ୍ପତ୍ତି।

Ravenshaw University
Ravenshaw University

ଅଜବ ନିଷ୍ପତ୍ତି ନେଲେ, ଘଣ୍ଟାକ ପରେ ୟୁ-ଟର୍ଣ୍ଣ ମାରିଲେ। ଆମେ କହୁଛୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ପ୍ରତି ଲାଗିଥିବା କଟକଣା ସମ୍ପର୍କରେ। ସନ୍ଧ୍ୟା ସାଢେ ୫ଟା ପୂର୍ବରୁ ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନେ କ୍ୟାମ୍ପସ୍ ଛାଡ଼ିବାକୁ ଜାରି ହୋଇଥିଲା ନିର୍ଦ୍ଦେଶନାମା । ତେବେ ଘଣ୍ଟାକ ପରେ ଏହାକୁ ପ୍ରତ୍ୟାହୃତ କରିଦିଆଯାଇଛି। କିନ୍ତୁ ଏଭଳି ଏକ ନିଷ୍ପତ୍ତି କାହିଁକି ନିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି।

୧୭.୭.୨୦୨୫। ରେଭେନ୍ସା ଭାଇସ୍ ଚାନସଲରଙ୍କ ନିର୍ଦ୍ଦେଶରେ ପ୍ରକାଶ ପାଇଲା ବଡ଼ ଆଉ ଅଜବ ବିଜ୍ଞପ୍ତି। କୁହାଗଲା- ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନେ ସନ୍ଧ୍ୟା ସାଢେ ୫ଟା ପୂର୍ବରୁ କ୍ୟାମ୍ପସ୍ ଛାଡ଼। ସୁରକ୍ଷା ଦୃଷ୍ଟିରୁ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ। SoP ଜାରି ନହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ତେବେ ଏହାର ମାତ୍ର ଘଣ୍ଟାକ ପରେ ବଦଳିଗଲା ନିଷ୍ପତ୍ତି। ଜାରି ହେଲା ସାନି ବିଜ୍ଞପ୍ତି। ଯେଉଁଥିରେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହୃତ କରିନେଲେ ରେଭେନ୍ସା କର୍ତ୍ତୃପକ୍ଷ। ଏଠି ପ୍ରଶ୍ନ-ଏଭଳି କଟକଣା ଜାରି କରି କେଉଁ ଆଭିମୁଖ୍ୟ ରଖିଥିଲେ ରେଭେନ୍ସା କର୍ତ୍ତୃପକ୍ଷ ? ପୁଣି ଘଣ୍ଟାକ ପରେ ନିଷ୍ପତ୍ତି ବଦଳାଇଦେଲେ କାହିଁକି ? ଛାତ୍ରୀ, ଅଧ୍ୟାପିକା ଓ ମହିଳା କର୍ମଚାରୀଙ୍କୁ ପ୍ରତି ରେଭେନ୍ସା କ୍ୟାମ୍ପସରେ କଟକଣାକୁ ନେଇ ତେଜିଛି ଅଶାନ୍ତି । ଖୋଦ୍ ଛାତ୍ରୀମାନେ ଏହାକୁ ନାପସନ୍ଦ କରିଛନ୍ତି। ରେଭେନ୍ସା କ୍ୟାମ୍ପସ୍ କଣ ଛାତ୍ରୀଙ୍କ ପାଇଁ ଅସୁରକ୍ଷିତ କି ବୋଲି ପ୍ରଶ୍ନ କରିବା ସହ ଏହା କିଭଳି ନାରୀ ସ୍ବାଧୀନତା ବୋଲି ଜବାବ ମାଗିଛନ୍ତି ।

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା ବୋଲି ଚର୍ଚ୍ଚା ହେଉଛି । ଯଦି ଛାତ୍ରୀଙ୍କ ସୁରକ୍ଷାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ବ ଦେଉଛନ୍ତି, ତେବେ ସନ୍ଧ୍ୟା ପୂର୍ବରୁ କ୍ୟାମ୍ପସ୍ ଛାଡ଼ିବା ନିଷ୍ପତ୍ତି କାହିଁକି ? କଣ ସନ୍ଧ୍ୟା ପରେ ରେଭେନ୍ସା କ୍ୟାମ୍ପସ୍ ଅସୁରକ୍ଷିତ କି ? କଣ ସନ୍ଧ୍ୟା ସାଢେ ୫ଟା ପରେ ହିଁ ଅପରାଧ ଘଟେ କି ? ଛାତ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ କ୍ୟାମ୍ପସ୍ ଛାଡ଼ିବା କହିବା କେଉଁ ପ୍ରକାରର ମନୋବୃତ୍ତି ?

ରେଭେନ୍ସା କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ପ୍ରତ୍ୟାହୃତ କରିଥିଲେ ମଧ୍ୟ ଏଭଳି ଅଜବ ନିଷ୍ପତ୍ତି ପାଇଁ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଏନେଇ ରେଭେନ୍ସା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।