Advertisment

କ୍ୟାମ୍ପସରେ ସୁରକ୍ଷା ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା କର୍ତ୍ତୃପକ୍ଷ

କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର।

ଅଦ୍ୟତନ ହୋଇଛି
Ravenshaw University

Ravenshaw University

Advertisment

ରେଭେନ୍ସା କ୍ୟାମ୍ପସରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାକୁ ଯୋଗାଇବାକୁ ଚିଠି ଲେଖିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କଟକ ଡିସିପିଙ୍କୁ ଚିଠି ଲେଖି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି ରେଭେନ୍ସା ରେଜିଷ୍ଟ୍ରାର। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ଆନ୍ଦୋଳନ ପାଇଁ କ୍ୟାମ୍ପସରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପଶୁଛନ୍ତି । ଏହା କ୍ୟାମ୍ପସରେ ଶିକ୍ଷା ବାତାବରଣକୁ ନଷ୍ଟ କରୁଛି । ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଚିଠିରେ କହିଛନ୍ତି । ଗତକାଲି କଟକ ରେଭେନ୍ସା ବିଶ୍ବବିଦ୍ୟାଳୟରେ ବିଭିନ୍ନ ଛାତ୍ର ସଂଗଠନର ମଶାଲ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

Advertisment

ସେପଟେ ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ବିଜେଡି ବିଧାୟକ ବ୍ୟୋମକେଶ ତ୍ରିପାଠୀ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି । ଦାନା ବାନ୍ଧୁଛି ବିରାଟ ଆନ୍ଦୋଳନ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ ବ୍ୟୋମକେଶ ।

ବିଜେଡିକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମତ ବ୍ୟକ୍ତିଗତ । ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଛନ୍ତି ସେମାନେ ବିରୋଧ କରୁଛନ୍ତି । ଟଙ୍କଧରଙ୍କୁ କାଉଣ୍ଟର କରିଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ ପଚାରିଥିଲେ, ଆପଣ ମାନୁଛନ୍ତି କି ରେଭେନ୍ସା ନାଁ ପରିବର୍ତ୍ତନ ଅଫିସିଆଲ୍ ଷ୍ଟେଟମେଣ୍ଟ । କଟକବାସୀଙ୍କ ଭାବନା ସହ ଖେଳନ୍ତୁନି ବୋଲି କହିଥିଲେ ସୋଫିଆ ।

Advertisment

ସେହିପରି ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକ ସାରଦା ଜେନା କହିଥିଲେ, ଶିକ୍ଷାନୁଷ୍ଠାନ ନାଁ ପରିବର୍ତ୍ତନ ବଦଳରେ ଶିକ୍ଷାର ମାନ ଉନ୍ନତିକୁ ଗୁରୁତ୍ୱ ଦିଆଯାଉ। ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଥିଲେ, ନାଁ ପରିବର୍ତ୍ତନ ନେଇ ତର୍ଜମା ପାଇଁ କହିଥିଲେ କେନ୍ଦ୍ରମନ୍ତ୍ରୀ । ସେ ଗୃହର ସଦସ୍ୟ ନୁହନ୍ତି । ତାଙ୍କୁ ନେଇ ଆଲୋଚନା କାହିଁକି ବୋଲି ଈରାଶିଷ କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁର ପରିବର୍ତ୍ତନ ନେଇ ବ୍ୟକ୍ତିଗତ ମନ୍ତବ୍ୟ ରଖିବା ପରେ ରାଜନୈତିକ ବୟାନବାଜି ତେଜିଛି ।

Ravenshaw University Cuttack DCP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ