Advertisment

ତେଜୁଛି ରେଭେନ୍ସା ବିବାଦ ! କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ କରିବାକୁ ସାହିତ୍ୟିକଙ୍କ ପରାମର୍ଶ

ତୀବ୍ର ନିନ୍ଦା କଲା ହେରିଟେଜ୍ ଫୋରମ୍ । ନାଁ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଲେ ସାଂସଦ ଭର୍ତ୍ତୃହରି ।

undefined

Ravenshaw University

Advertisment

ରେଭେନ୍ସା ନାଁ ପରିବର୍ତ୍ତନ ସପକ୍ଷରେ ବାହାରିଲେ ଭର୍ତ୍ତୃହରି । ସମର୍ଥନ କରି ସାହିତ୍ୟିକ ହରପ୍ରସାଦ ଦେଲେ ପ୍ରସ୍ତାବ । କହିଲେ- ରେଭେନ୍ସା ବଦଳରେ କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେଉ ବିଶ୍ୱବିଦ୍ୟାଳୟ । 

Advertisment

କିଛି ଦିନ ଧରି ନିଜ ଖବରକାଗଜରେ ଲେଖିବା ପରେ ଆଜି ଗଣମାଧ୍ୟମ ଆଗରେ ଖୋଲଖୋଲି ମନ୍ତବ୍ୟ ରଖିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏକ ଆଲୋଚନା ଚକ୍ରରେ ଯୋଗଦେଇ, ସିଧା କହିଛନ୍ତି ଓଡିଆ ଲୋକ ଏବଂ ଓଡିଆ ଜାତିର ଅନୁଦାନରେ ତିଆରି ହୋଇଥିବା ଅନୁଷ୍ଠାନର ନାଁ ଜଣେ ଇଂରେଜ ନାଁରେ କାହିଁକି ରହିବ।

ଓଡିଶା ବାହାରେ ବି କୌଣସି ଅନୁଷ୍ଠାନର ନାଁ ଓଡିଆ ଲୋକଙ୍କ ନାଁରେ ନାହିଁ। ତେଣୁ ଓଡିଶାର ଶିକ୍ଷାନୁଷ୍ଠାନ କାହିଁକି ଜଣେ ଇଂରେଜ ନାଁରେ ରହିବ। ରେଭେନ୍ସାର ନାଁ ପରିବର୍ତ୍ତନ ହେଲେ ଅସୁବିଧା କଣ। ଏ ଦାବି ଆଜିର ନୁହେଁ, ୧୯୭୭ ମସିହାରୁ ବି ଏଭଳି ଦାବି ବାରମ୍ବାର ଉଠିଛି ବୋଲି କହିଛନ୍ତି ଭର୍ତ୍ତୃହରି।

Advertisment

ଆଲୋଚନାଚକ୍ରରେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ମଧ୍ୟ ନାଁ ବଦଳାଯିବା ସପକ୍ଷରେ ମତ ରଖି କହିଥିଲେ ଏବେ ଉପନିବେଶ ବାଦରୁ ମୁକ୍ତିର ଆବଶ୍ୟକତା ରହିଛି, ସେଥିପାଇଁ ନାଁ ବଦଳିବା ଦରକାର। ଏମିତିକି ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁକୁ କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ କରାଯିବାକୁ ସେ ପ୍ରସ୍ତାବ ରଖିଥିଲେ। କେବଳ ଭର୍ତ୍ତୃହରି କି ହରପ୍ରସାଦ ନୁହଁନ୍ତି ସ୍ୱାଧୀନତା ସଂଗ୍ରାମୀ ସଦନରେ ଆୟୋଜିତ ନଅଙ୍କ ଦୁର୍ଭିକ୍ଷରେ ରେଭେନ୍ସାଙ୍କ ଭୂମିକା ସଂପର୍କରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଥିବା ପ୍ରାୟ ସବୁ ଅତିଥି ନାମ ପରିବର୍ତ୍ତନ ସପକ୍ଷରେ ମତ ରଖିଥିଲେ।

ଅନ୍ୟପଟେ ନାମ ପରିବର୍ତ୍ତନର ବିପକ୍ଷବାଦୀ ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ରେଭେନ୍ସା ହେରିଟେଜ୍ ଫୋରମର ଯୁକ୍ତି ରେଭେନ୍ସାଙ୍କୁ ନରହନ୍ତା କହିବା ଠିକ୍ ନୁହେଁ। ଓଡିଆ ଅସ୍ମିତା ଟେକ ରଖିବାର ରେଭେନ୍ସାଙ୍କ ଭୂମିକା ରହିଛି। ଫକୀର ମୋହନ, ମଧୂସୁଦନଙ୍କୁ ଯଦି ଜାତିର ପ୍ରାଣକର୍ତ୍ତା ହିସାବରେ ମାନୁଛନ୍ତି ତାହେଲେ ସେ ଲେଖିଥିବା କଥାକୁ ମାନିବାକୁ ପଡିବ। ତେଣୁ ଉପନିବେଶବାଦ କଥା କହି ନାମ ପରିବର୍ତ୍ତନ ପ୍ରସ୍ତାବ ଗ୍ରହଣୀୟ ନୁହେଁ, ନଅଙ୍କ ଦୁର୍ଭିକ୍ଷ ବେଳେ ତାଙ୍କର ଦୋଷ ଥିବା ପ୍ରମାଣ ନାହିଁ ବୋଲି କହିଛି ହେରିଟେଜ୍ ଫୋରମ୍।

Advertisment

ରେଭେନ୍ସାର ନାଁ ବଦଳାଇବା ସଂକ୍ରାନ୍ତରେ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହେଲେ ତାହା ବିବାଦ ରୂପ ନେଇ ତେଜିବାରେ ଲାଗିଛି। ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିବା ସହ ବିଧାନସଭା ବି ହୁଲସ୍ତୁଲ ହୋଇଛି। ନିକଟରେ ବିରୋଧୀ ଦଳ ନେତା ନବୀନ ପଟନାୟକ ରେଭେନ୍ସା ପ୍ରସଙ୍ଗରେ ଘିଅ ଢାଳି ଓଡିଆ ଅସ୍ମିତାକୁ ଟାର୍ଗେଟ କରିଥିଲେ। ଏବେ ଦେଖିବାର କଥା ଦିନକୁ ଦିନ ତେଜୁଥିବା ଏହି ବିବାଦ ପରିଣାମର କେଉଁ ମୋଡ଼ ଯାଏଁ ଯାଉଛି।

BJD BJP Congress Ravenshaw University Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ