Advertisment

ବଦଳିବା ଦରକାର କି ରେଭେନ୍ସା ୟୁନିଭର୍ସିଟି ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମତକୁ ନେଇ ତେଜିଲା ବିବାଦ

ତେଜିଲା ରେଭେନ୍ସା ନାମକରଣ ବିବାଦ। ଓଡ଼ିଆ ଅସ୍ମିତା ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ।

undefined

Ravenshaw University

Advertisment

ବଦଳିବା ଦରକାର କି ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା। ଓଡ଼ିଶାରେ ଉଚ୍ଚଶିକ୍ଷାର ଅନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ଇଏ ସେଇ ଟି.ଇ. ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା କୁଖ୍ୟାତ ୯ ଅଙ୍କ ଦୁର୍ଭିକ୍ଷ ।

Advertisment

ତେବେ ଯେଉଁମାନେ ଓଡ଼ିଆଙ୍କୁ କଷ୍ଟ ଦେବାରେ ସହାୟକ ହେଲେ, ସେମାନଙ୍କ ନାଁରେ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ନାମିତ କରିବା ଗୌରବର ବିଷୟ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର । ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା । ନଅଙ୍କ ଦୁର୍ଭିକ୍ଷ ହୋଇଥିଲା କାହିଁକି, ସେତେବେଳେ ସେହି ସମୟର ଅଧିକାରୀମାନେ କରୁଥିଲେ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଏହା ତାଙ୍କ ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ରେଭେନ୍ସା ନାମ ପରିବର୍ତ୍ତନ ମତକୁ ବିରୋଧ କରିଛନ୍ତି, ତାହାର ପ୍ରାକ୍ତନ ଛାତ୍ର, ପୂର୍ବ ପ୍ରଧ୍ୟାପକ ଏବଂ ଶିକ୍ଷାବିତ୍ । କହିଛନ୍ତି, ରେଭେନ୍ସା କେବଳ ଗୋଟିଏ ନାଁ ନୁହେଁ। ଏହା ଗୋଟିଏ ଐତିହ୍ୟ... ପରଂପରା... ଜୀବନର ଧାରା। ଏହାର ନାଁ ବଦଳାଇବା ବିକୃତ ହେବ ଏବଂ ରେଭେନ୍ସାଭିଆନଙ୍କ ମାନସିକତାକୁ ଆଘାତ ହେବ । ବ୍ରିଟିଶ ଅଧିକାରୀ ହେବା ସତ୍ତ୍ବେ, ଓଡ଼ିଶାରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ରେଭେନ୍ସାଙ୍କର ଯଥେଷ୍ଟ ଅବଦାନ ଥିଲା। ରେଭେନ୍ସା ଛାତ୍ରଛାତ୍ରୀମାନେ ମଧ୍ୟ ଏନେଇ ମତ ରଖିଛନ୍ତି ।

Advertisment

ଓଡ଼ିଶାରେ ସ୍କୁଲ ପରେ ଉଚ୍ଚଶିକ୍ଷା ସୁବିଧା ନ ଥିବାରୁ, ୧୮୬୮ରେ କଟକ ଜିଲ୍ଲା ସ୍କୁଲ ରାଜ୍ୟର ପ୍ରଥମ କଲେଜ ଭାବେ ମାନ୍ୟତା ପାଇଥିଲା। ନାମିତ ହୋଇଥିଲା ରେଭେନ୍ସାଙ୍କ ନାଁ ଅନୁସାରେ । ୨୦୦୬ରେ ଏହାକୁ ମିଳିଥିଲା ବିଶ୍ବବିଦ୍ୟାଳୟ ମାନ୍ୟତା ।

Dharmendra Pradhan Ravenshaw University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ