Advertisment

ଆସିଲା ଶୁଭ ମୁହୂର୍ତ୍ତ; ଏତିକି ବେଳେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର..

ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ ବିଶ୍ୱନାଥ ରଥ। ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯିବେ। ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ।

Ratna Bhandara

Ratna Bhandara

Advertisment

ଖୋଲିବ ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର। ୫ ଦଶନ୍ଧି ପ୍ରତୀକ୍ଷାର ଘଟିବ ଅନ୍ତ। ଯାହା ଜାଣିବାକୁ ଅନେଇ ବସିଛନ୍ତି ଶହ ଶହ ଜଗନ୍ନାଥ ପ୍ରେମୀ, ସେହି ଦିନ ଆସି ପହଞ୍ଚିଛି। ଆଜି ଅପରାହ୍ନ ୧ଟା ୨୮ରେ ରତ୍ନଭଣ୍ଡାରକୁ ଯିବ ସ୍ବତନ୍ତ୍ର ଯାଞ୍ଚ କମିଟି। ଏନେଇ ପ୍ରସ୍ତୁତି ଆରମ୍ଭ ହେଲାଣି। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି।

Advertisment

ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଯାଞ୍ଚ କମିଟିର ସଦସ୍ୟଙ୍କ ସମେତ ବରିଷ୍ଠ ସେବାୟତ ଏଥିରେ ଉପସ୍ଥିତ ରହିଥିଲେ। ଆଉ କିଛି ସମୟର ଅପେକ୍ଷା, ଆରମ୍ଭ ହେବ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା। ଏଥିପାଇଁ ଶ୍ରୀମନ୍ଦିରକୁ ଆସି ପହଞ୍ଚିଛି ଶ୍ରୀଲୋକନାଥଙ୍କ ମନ୍ଦିରରୁ ଆଜ୍ଞାମାଳ। ଆଜି ସକାଳୁ ଶ୍ରୀଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିଛି।

ବୈଠକ ପରେ ପ୍ରତିକ୍ରିୟା ରଖିଲେ ଜଷ୍ଟିସ ବିଶ୍ୱନାଥ ରଥ। ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯିବେ। ୧ଟା ୨୮ରେ ଶୁଭ ମୁହୂର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେତିକିବେଳେ ରତ୍ନଭଣ୍ଡାର ଚାବି ଖୋଲାଯିବ। ଆବଶ୍ୟକ ସଦସ୍ୟ ଭିତରକୁ ଯିବେ। ସେବକଙ୍କ ସହ ଅନ୍ୟମାନଙ୍କ ସହଯୋଗ କାମନା କରାଯାଉଛି। ମଧ୍ୟାହ୍ନ ୧୨ଟା ପରେ ମନ୍ଦିର ନ ଆସିବାକୁ ଅନୁରୋଧ କଲେ। କେବେଳ ସେବାପୂଜା ଥିବା ସେବାୟତ ଆସିବାକୁ ଅନୁରୋଧ କଲେ। ଆଜ୍ଞାମାଳ ଆସିଯାଇଛି। ଏହାପରେ ମା’ ବିମଳା ଓ ମା’ ଲକ୍ଷ୍ମୀଙ୍କର ଆଜ୍ଞା ନିଆଯିବ। ଏହାପରେ ଭିତରକୁ ପ୍ରବେଶ କରିବୁ କହିଲେ।

Advertisment

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରସ୍ତୁତି ଜୋରଦାର। ଶ୍ରୀମନ୍ଦିର ଭିତରକୁ ଗଲେ ୧୫ ଜଣିଆ ଓଡ୍ରାଫ ଟିମ୍‌। ହାଇମାସ୍କ ଲାଇଟ ଧରି ଭିତରକୁ ଗଲେ ଓଡ୍ରାଫ ଟିମ୍‌। ରତ୍ନଭଣ୍ଡାର ଖୋଲିବା ବେଳେ ସାପ ଥିବା ଅନୁମାନ କରାଯାଉଛି। ତେଣୁ ସ୍ନେକ ହେଲପ୍ ଲାଇନ ଟିମ୍‌ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ତଦାରଖ କମିଟିର ୨ ଜଣ ସଦସ୍ୟ ରତ୍ନଭଣ୍ଡାର ଭିତରକୁ ଯିବେ। ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଡାକ୍ତର ସିବିକେ ମହାନ୍ତି ଯିବେ ବୋଲି ସୂଚନା ମିଳିଛି। 

Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ