Advertisment

Ration Card: ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଜିଠୁ ଖୋଲିବ ‘ରାସନ’ ପୋର୍ଟାଲ

ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ। ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଅଦ୍ୟତନ ହୋଇଛି
Ration Card Portal To be open

Ration Card

Advertisment

ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ। ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Advertisment

ମନ୍ତ୍ରୀ କହିଛନ୍ତି ଯେ, ରାସନ କାର୍ଡରୁ ବାଦ୍ ପଡିଥିବା ଆବେଦନକାରୀମାନଙ୍କ ପାଇଁ ଆଜିଠୁ ପୋର୍ଟାଲ ଖୋଲିବ। ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନାହାନ୍ତି ସେମାନେ ରାସନକାର୍ଡ ପାଇଁ ଆବେଦନ କରିପାରିବେ। ଯାଞ୍ଚ ସମୟରେ ଏଯାଏ ମୋଟ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନ କାର୍ଡ କଟିସାରିଲାଣି। ଆଗକୁ ମଧ୍ୟ ସର୍ଭେ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଥିବା ରାସନକାର୍ଡ କଟିବ।

ଅଧିକ ପଢନ୍ତୁ: ସାବଧାନ ! E-Kyc ଅପ୍‌ଡେଟ୍‌ ନଥିଲେ ସରକାର କାଟିବେ ରାସନ କାର୍ଡ।

ସୂଚନାଯୋଗ୍ୟ, ଆୟକର ଫାଇଲ କରିଥିଲେ ବି ରାସନକାର୍ଡ କଟିବନି ବୋଲି କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ କହିଥିଲେ। ଏଥିପାଇଁ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଫିଜିକାଲ ଭେରିଫିକେସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।

Advertisment

ମନ୍ତ୍ରୀ ଆହୁରି କହିଥିଲେ ଯେ,  ଯେଉଁମାନେ ଆୟକର ଫାଇଲ କରିଛନ୍ତି, ସେମାନଙ୍କ କାର୍ଡ କଟି ଯାଉଛି ବୋଲି ଅଭିଯୋଗ ଆସୁଛି, କିନ୍ତୁ କାହାର କାର୍ଡ କଟିବନି। ଅଧିକାରୀମାନଙ୍କ ପାଖକୁ ଲିଷ୍ଟ ଯାଇଛି। ସେମାନେ ଡୋର ଟୁ ଡୋର ବୁଲି ଦେଖିବେ। କାହାର ଆୟ କେତେ ତା’ପରେ କାର୍ଡ କଟିବ। କାହାର କାର୍ଡ କାଟନ୍ତୁ ନାହିଁ କି ଚାଉଳ ବନ୍ଦ କରନ୍ତୁ ନାହିଁ ବୋଲି ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକୃତରେ ଯିଏ ଗରିବ ଥିବ କାର୍ଡ ରହିବ, ଧନୀ ଲୋକ ହାତେଇ ଥିଲେ କଟିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଯଦି କଟିଛି ବିଭାଗକୁ ଜଣାନ୍ତୁ, ତଦନ୍ତ କରି ସେମାନଙ୍କୁ ସାମିଲ କରାଯିବ ବୋଲି ବୋଲି ମନ୍ତ୍ରୀ କହିଥିଲେ।

ଅଧିକ ପଢ଼ନ୍ତୁ:  ତୁରନ୍ତ କରନ୍ତୁ ଏହି କାମ.. ନହେଲେ କଟିବ ରାସନ କାର୍ଡ

BJP Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ