Rath Yatra 2025
ସୁସ୍ଥ ହେଲେ ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଗାଧୋଇବା ପରେ ଜ୍ୱରରେ ପୀଡିତ ହୋଇ ଅଣସରରେ ଅଛନ୍ତି । ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ହୋଇଥିଲା । ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ । ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତା ଖବର ଦିଆଯାଇଛି । ରାଜପ୍ରାସାଦ ବିଜେ ନୀତି ଭାବେ ପ୍ରଥମ ଖବର ନେଇ ରାଜନଅର ଯାଇଛନ୍ତି ସେବାୟତ ।
ପରମ୍ପରା ମୁତାବକ, ମହାପ୍ରଭୁଙ୍କ ସୁସ୍ଥତା ଖବର ନେଇ ଦଇତାପତି ସେବକମାନେ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ରୁପା ଥାଳିରେ ଶ୍ରୀଚନ୍ଦନ, କରାଳ ଚନ୍ଦନ ଓ ପାଟଡୋର ଆଦି ସଜାଇ ପାଟପଟୁଆରରେ ଶ୍ରୀନଅର ପହଞ୍ଚିବା ପରେ ଏସବୁ ଦିବ୍ୟ ପଦାର୍ଥକୁ ଗଜପତିଙ୍କୁ ଭେଟି କରି ଦିଆଯାଇଥିଲା ସୁସମ୍ବାଦ ।
ଆସନ୍ତା ୨୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତିନି ରଥରେ ବସି ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଗହଣରେ ମାଉସୀ ଘରକୁ ଯିବେ ଦାରୁ ଦିଅଁ । ଏଥିପାଇଁ ଜୋରସୋର୍ରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁରୀରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ରଥଯାତ୍ରାରେ ସୁରକ୍ଷା ପାଇଁ ଡ୍ରୋନର ସହାୟତା ନିଆଯିବ । ପୁରୀକୁ ୨୭୫ଟି AI କ୍ୟାମେରା ଜଗିବ ।
ଅଧିକ ପଢନ୍ତୁ: ରଥଯାତ୍ରା ପାଇଁ ବଡ଼ ଆକ୍ସନ ପ୍ଲାନ, ରଥରେ ଚଢିଲେ ଗିରଫ ହେବେ
ଆଜି ରଥଯାତ୍ରା ସମ୍ପର୍କିତ ସ୍ୱତନ୍ତ୍ର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ । ରଥଯାତ୍ରା ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ । କୁଇକ୍ ରେସପନ୍ସ ଟିମ୍ ଓ ଡ୍ରୋନର ସହାୟତା ନିଆଯିବ ବୋଲି ଡିଜିପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750596269.jpg)