Advertisment

ଓଡ଼ିଶା ସହ ଥିଲା ଟାଟାଙ୍କ ଅତୁଟ ସମ୍ପର୍କ, ବିଭିନ୍ନ କ୍ଷେତ୍ରରେ ଥିଲା ଅତୁଳନୀୟ ଅବଦାନ

୧୯୯୫ ମସିହା ଡିସେମ୍ବର ୩୦ରେ ଗୋପାଳପୁର ଷ୍ଟିଲ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ଟାଟା । ସେତେବେଳେ ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ।

ଅଦ୍ୟତନ ହୋଇଛି
Ratan Tata

Ratan Tata

Advertisment

ଓଡ଼ିଶା ଓ ରତନ ଟାଟାଙ୍କ ମଧ୍ୟରେ ସମ୍ପର୍କ ଥିଲା ଅତି ନୀବିଡ଼ । ଓଡ଼ିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ଓଡ଼ିଶାର ଯାଜପୁରରୁ କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁର ପ୍ରୋଜେକ୍ଟ ଏବଂ ଗଞ୍ଜାମରେ ହୋଇଥିବା ଜାଗା ମିଶନ ପ୍ରକଳ୍ପ ସହ ରତନ ଟାଟାଙ୍କର ଥିଲା ପ୍ରତ୍ୟକ୍ଷ ସଂପୃକ୍ତି। ଏହିସବୁ ପ୍ରକଳ୍ପ ପାଇଁ ଏକାଧିକ ବାର ଓଡ଼ିଆ ଆସିଛନ୍ତି ରତନ ଟାଟା।

Advertisment

୧୯୯୫ ମସିହା ଡିସେମ୍ବର ୩୦ରେ ଗୋପାଳପୁର ଷ୍ଟିଲ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ଟାଟା । ସେତେବେଳେ ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ । ସେହିଭଳି ୨୦୧୮ରେ ଓଡ଼ିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସହ ମିଶି ଜାଗା ମିଶନର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଯାହାକି ସେତେବେଳେ ବସ୍ତି ବାସିନ୍ଦାଙ୍କ ପାଇଁ ବିଶ୍ବର ସବୁଠୁ ବଡ଼ ପ୍ରକଳ୍ପର ମାନ୍ୟତା ପାଇଥିଲା। ସେହିଭଳି ରାଜ୍ୟ ସମ୍ମୁଖୀନ ହୋଇଥିବା ବିଭିନ୍ନ ଦୁର୍ବିପାକ ସମୟରେ ମଧ୍ୟ ଟାଟା ଗ୍ରୁପ୍ ଓ ରତନ ଟାଟାଙ୍କ ଅବଦାନ ଅତୁଳନୀୟ ଥିଲା । ଟାଟା ଗ୍ରୁପର ଏକାଧିକ କମ୍ପାନୀ ଓଡ଼ିଶାରେ ପ୍ରତିଷ୍ଠା ହେବା ସହ ଶିକ୍ଷା, ସ୍ବାସ୍ଥ୍ୟ, ସ୍କିଲ ଡେଭଲପମେଣ୍ଟ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛନ୍ତି।

ଅଧିକ ପଢ଼ନ୍ତୁ: ‘ସେମାନେ କହୁଛନ୍ତି ତୁମେ ଚାଲିଗଲ’; ଏମିତି କହି ଶୋକ ପ୍ରକାଶ କଲେ ରତନଙ୍କ ଏକ୍ସ ଗର୍ଲଫ୍ରେଣ୍ଡ...

Advertisment

ସୂଚନା ଅନୁସାରେ ଗତକାଲି କିମ୍ବଦନ୍ତୀ ଉଦ୍ୟୋଗପତି ତଥା ପଦ୍ମ ବିଭୂଷଣ ରତନ ଟାଟାଙ୍କ ପରଲୋକ ହୋଇଥିଲା । ୮୬ ବର୍ଷ ବୟସରେ ଆଖି ବୁଜିଥିଲେ ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା ।

ତେବେ ଗତକାଲି ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଅମାୟିକ ବ୍ୟକ୍ତିତ୍ବ, ସରଳ ଜୀବନଶୈଳୀ, ମେଳାପି ସ୍ବଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା । ୧୯୬୧ରେ ସେ ପ୍ରଥମେ ଟାଟାଷ୍ଟିଲରେ ଯୋଗ ଦେଇଥିଲେ ଏବଂ ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ । ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶା ସହ ଥିଲା ଟାଟାଙ୍କ ଅତୁଟ ସମ୍ପର୍କ, ବିଭିନ୍ନ କ୍ଷେତ୍ରରେ ଥିଲା ଅତୁଳନୀୟ ଅବଦାନ

Ratan Tata
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ