Advertisment

Rani Duduma of Koraput: ମନ ମୋହୁଛି ରାଣୀ ଡୁଡୁମା, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା.... ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି.... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।

ଅଦ୍ୟତନ ହୋଇଛି
ପର୍ଯ୍ୟଟକଙ୍କ ମନ ମୋହୁଛି ରାଣୀ ଡୁଡୁମା

ପର୍ଯ୍ୟଟକଙ୍କ ମନ ମୋହୁଛି ରାଣୀ ଡୁଡୁମା

Advertisment

ଓଡିଶା ପର୍ଯ୍ୟଟନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୋରାପୁଟ ଜିଲାରେ ଏବେ ପର୍ଯ୍ୟଟକ ମାନଙ୍କ ଭିଡ଼ ଜମିବାରେ ଲାଗିଛି... ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଜିଲା ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଛି..। ବିଶେଷ କରି କୋରାପୁଟ ଜିଲାର ରାଣୀ ଡୁଡୁମା ଜଳ ପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ବିଭୋର ହେଉଛନ୍ତି। ବିଶେଷ କରି ଶୀତଋତୁରେ ଏଠିକାର ସୌନ୍ଦର୍ଯ୍ୟ କହିଲେ ନସରେ।

Advertisment

କୋରାପୁଟ ଜିଲା ନନ୍ଦପୁର ବ୍ଲକର ରାଣୀ ଡୁଡୁମା ଜଳ ପ୍ରପାତ କଥା କହିଲେ ମନ ଭିତରେ ସବୁଜବନାନୀର ଦୃଶ୍ୟ ନାଚି ଉଠେ। ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା।.. ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ।...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼..।..

ରାଣୀ ଡୁଡୁମାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ନିଜ ମୋବାଇଲ ଓ କ୍ୟାମେରାରେ ଫଟୋ ଓ ସେଲ୍ଫି ନେଉଛନ୍ତି..।...କିଏ ନିଜ ପରିବାର ସହ ଆସିଛି ତ ଆଉ କିଏ ନିଜ ସାଙ୍ଗ ସାଥୀଙ୍କ ସହିତ ରାଣୀ ଡୁଡୁମା ଜଳ ପ୍ରପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଆସିଛି l ଯିଏ ଏଠାକୁ ଥରେ ଆସିଛି ଆଉ ଫେରିବାକୁ ମନ କରିନି। ସବୁଦିନ ପାଇଁ ରାଣୀ ଡୁଡୁମାର ସୌନ୍ଦର୍ଯ୍ୟରେ ବାନ୍ଧି ହୋଇ ରହିଯିବାକୁ ଚାହିଁଛି। ତେବେ କିଛି ପର୍ଯ୍ୟଟଙ୍କ ମତରେ ସରକାର ଏଠିକାର ଉନ୍ନତିକରଣ ପ୍ରତି ଦୃଷ୍ଟି ଦେଲେ ପର୍ଯ୍ୟଟଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଆନ୍ତା। ଫଳରେ ସ୍ଥାନୀୟ ଲୋକ ମଧ୍ୟ ଭଲ ରୋଜଗାର ପାଇପାରନ୍ତେ। 

Advertisment

ରାଣୀ ଡୁଡୁମା ଯିବା ରାସ୍ତାରେ ରହିଛି ଏକ ବିରାଟ କାୟା ଗରିଲା..।.. ଦେଖିବାକୁ ବେଶ ସୁନ୍ଦର... ଯାହା ପର୍ଯ୍ୟଟକମାନଙ୍କୁ ମଧ୍ୟ ବେଶ ଆକୃଷ୍ଟ କରୁଛି l ଶୀତ ଋତୁ ଆସିଲେ ଏହି ରାଣୀ ଡୁଡୁମା ଜଳ ପ୍ରପାତରେ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିଥାଏ..।.. ଏଠାକାର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଜିଲା, ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ l ଯିଏ ଥରେ ରାଣୀ ଡୁଡୁମା ଆସିଛି ସିଏ ଏହାର ସୌନ୍ଦର୍ଯ୍ୟରେ ବାନ୍ଧି ହୋଇଯାଇଛି। 

(ରିପୋର୍ଟ- ଜଗତ ଜୀବନ, ଲମତାପୁଟ)

Koraput Tourist Spots Tourists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ