Mamata Mohanta
ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ କଲେ ନାମାଙ୍କନ । ବିଧାନସଭାରେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ । କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ହେଉଛନ୍ତି ମମତା ମହାନ୍ତ । କାଲି ମମତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ସଂଖ୍ୟା ଦୃଷ୍ଟିରୁ ବିଜେପି ଏହି ସିଟ୍ ଜିତିବା ନିଶ୍ଚିତ । ତେବେ ଆବଶ୍ୟକ ପଡିଲେ ସେପଟେମ୍ବର ୩ରେ ଉପନିର୍ବାଚନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।
ଗତ ଜୁଲାଇ ୩୧ ତାରିଖରେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ। ଖାଲିପଡ଼ିଥିବା ଏହି ପଦବୀ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ତେବେ ଓଡ଼ିଶାରୁ କିଏ ରାଜ୍ୟସଭା ଯିବେ ତାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724222426.jpg)