sea breaches
ବିକଟାଳ ରୂପ ଦେଖାଉଛି ସମୁଦ୍ର । ସୁ ସୁ ଗର୍ଜନ କରି ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି । କାଲି ଜଗତସିଂହପୁର ଜିଲ୍ଲା ଏରସମାରେ ପୁଣି ଦେଖିବାକୁ ମିଳିଛି ସମୁଦ୍ରର ଉଗ୍ରରୂପ । ଶିଆଳି ନିକଟରେ ସମୁଦ୍ର ଅଶାନ୍ତ ରୂପ ଧାରଣ କରି କୂଳ ଲଙ୍ଘୁଛି । ଗତକାଲି ହଠାତ୍ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିଲା । ଫଳରେ ଶିଆଳି ବେଳାଭୂମି ବଜାର ଓ ଜନବସତିରେ ଲୁଣିପାଣି ମାଡ଼ିଯାଇଛି । ସମୁଦ୍ରର ଅଶାନ୍ତ ରୂପ ଦେଖି ସମୁଦ୍ର କୂଳିଆ ଲୋକଙ୍କ ମନରେ ପଶିଛି ଛନକା ।
ସମୁଦ୍ର କୂଳ ଲଙ୍ଘିବାରୁ ଗତବର୍ଷ ଶିଆଳି ଭିୟୁ ଟାଓ୍ୱାରର ତଳ ଅଂଶ ଖାଇଯାଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ତାହାକୁ ତୁରନ୍ତ ଭାଙ୍ଗି ଦିଆଯାଇଥିଲା । ସେହିପରି ଢ଼େଉ ମାଡରେ କୂଳରେ ଥିବା ଝାଉଁବଣ ନଷ୍ଟ ହେବାରେ ଲାଗିଛି । ସମୁଦ୍ର ଲଗାତାର କୂଳ ଲଙ୍ଘୁଥିବାରୁ ଏହାର ଆଖପାଖରେ ଥିବା ଗ୍ରାମଗୁଡିକର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...
ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଗତ ୧୫ ବର୍ଷ ଭିତରେ ଏମିତି ପାଣି ଉଠିବାର ଆମେ ଦେଖିନାହୁଁ । ୪ଟା ଲହଡ଼ି ଆସି ସ୍ଥଳଭାଗକୁ ମାଡି ଯାଇଥିଲା । ସମୁଦ୍ରର ଏଭଳି ରୂପ ଦେଖି ଭୟଭୀତ ହୋଇପଡିଥିଲୁ । ପର୍ଯ୍ୟଟକମାନେ ଦୌଡାଦୌଡି ହୋଇ ପଳାଇ ଯାଇଥିଲେ । ପାଣି ମାଡ଼ି ଆସିବା ଭୟରେ ଆମେ ରାତିସାରା ଶୋଇପାରିନୁ । ତେବେ ସମୁଦ୍ର କୂଳରେ ପଥରବନ୍ଧ ନିର୍ମାଣ ସହ ଅନ୍ୟାନ୍ୟ ସ୍ଥାୟୀ ବ୍ୟବସ୍ଥା କରାଗଲେ ସମୁଦ୍ର ଜୁଆରକୁ ଅଟକାଯାଇ ପାରିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748681232.jpg)