Advertisment

ଖରାପ ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦବେଗ; ଏଣିକି ପିଲାଙ୍କୁ ମିଳିବ ମାଣ୍ଡିଆ !

କେବଳ ଛତୁଆ ନୁହେଁ, ଏଣିକି ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଅଦ୍ୟତନ ହୋଇଛି
deputy cm

deputy cm

Advertisment

କେବଳ ଛତୁଆ ନୁହେଁ, ଏଣିକି ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟସ୍ତରୀୟ ପୋଷଣ ମାସର ଉଦଯାପନୀ ଉତ୍ସବରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁଆଡ଼େ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ।

Advertisment

ଯେଉଁଠି ମିଲେଟ୍ ସମ୍ଭବ ସେଠି ମିଲେଟ୍ ବି ଦିଆଯାଇ ପାରିବ। ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି। ତେଣୁ ଆଗକୁ ଯେମିତି ଛତୁଆ କେଳେଙ୍କାରୀ ହେବନି, ତା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ୨୪ ବର୍ଷଧରି ଛତୁଆ ପ୍ରସ୍ତୁତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଛତୁଆରେ ଦୁର୍ନୀତି ନେଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।

Advertisment

Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ