Advertisment

ପୁଣି ତାଜା ହେଲା ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଶଙ୍କା, ସନ୍ଦେହରେ ପୂର୍ବତନ ପୁରୀ ଜିଲ୍ଲାପାଳ

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା ।

undefined

Ratna Bhandar

Advertisment

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଦୁଃସ୍ଥିତି ଓ ନକଲି ଚାବିର ମିଛ କାହାଣୀକୁ ନେଇ ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଚମକାଇଲା ଭଳି ତଥ୍ୟ ସୃଷ୍ଟି କରିଚି ହଇଚଇ । ଡୁପ୍ଲିକେଟ୍ ଚାବି କିଏ ପାଇଥିଲା ? କେଉଁ ଉଦ୍ଦେଶ୍ୟରେ କିଏ ବନେଇଥିଲା ? ତା’ର ଖୋଳତାଡ଼ ପାଇଁ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଉଠିଲାଣି ଦାବି । ତେଣେ ଚାବି ହଜିବା ଘଟଣାରେ କେମିତି ବିଜେଡି ସରକାର ଲୋକ ଦେଖାଣିଆ ତଦନ୍ତ କୁହେଳିକା ସୃଷ୍ଟି କରିଛନ୍ତି ତା’ର ବି ଖୋଲିଛି ପୋଲ୍ ।

Advertisment

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା । ଲୁହା ସିନ୍ଦୁକ ବି ଦୋଦୁଲ୍ୟମାନ ଅବସ୍ଥାରେ ଥିଲା । ଓଟିଭି ଖୋଲକଥାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କର ଭିତର ଭଣ୍ଡାର ଘରର ସ୍ଥିତିକୁ ନେଇ ଏଭଳି ଆଖିଦେଖା ସୂଚନା, ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମହଲରେ ସୃଷ୍ଟି କରିଛି ହଇଚଇ। ଏମିତିକି ଡୁପ୍ଲିକେଟ ଚାବି ଥିବା ଲଫାପା ଭିତରୁ ମିଳିଥିବା ଅଳଙ୍କାର ଲିଷ୍ଟ ବି ୧୯୭୮ ମସିହା ନା ୨୦୧୮ର ? ତାକୁ ନେଇ ବି ତାଙ୍କର ବଢ଼ିଛି ଶଙ୍କା ।

ତେଣୁ ଏଠି ପ୍ରଶ୍ନ- ଜାଣିଶୁଣି କିଏ ବନେଇ ଥିଲା କି ଭିତର ରତ୍ନଭଣ୍ଡାରର ନକଲି ଚାବି ? ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇ ଚାବି ନଥିବାରୁ ପ୍ରାଧିକୃତ ଟିମ୍ ଫେରି ଆସିବା ଓ ତାକୁ ନେଇ ତମ୍ବିତୋଫାନ ପରେ ଜିଲ୍ଲା ଟ୍ରେଜେରୀ ଅଫିସରୁ ଏକ ବନ୍ଦ ଲଫାପାରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥିବା ନେଇ ସେତେବେଳେ ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ଦେଇଥିବା ସୂଚନା, ଏବେ ପୁରା ପ୍ରସଙ୍ଗକୁ ଅଧିକ କୁହେଳିକା ପୂର୍ଣ୍ଣ କରିଛି ।

Advertisment

ଆଉ ଏଭଳି ସ୍ଥିତିରେ ବର୍ତ୍ତମାନର ନୂଆ ସରକାର ଡୁପ୍ଲିକେଟ୍ ଚାବି ପ୍ରସଙ୍ଗର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ତତ୍କାଳୀନ ଜିଲ୍ଲାପାଳଙ୍କୁ ବି ଅନୁସନ୍ଧାନ ପରିସରକୁ ଆଣିବାକୁ ଦାବି କଲେଣି ଉଭୟ ବୁଦ୍ଧିଜୀବୀ ଓ ସେବାୟତ ।

ଗୋଟିଏ ପଟେ ୨୦୧୮ ମସିହାର ଡୁପ୍ଲିକେଟ୍ ଚାବି ନିଆଁକୁ, ବର୍ତ୍ତମାନର ରତ୍ନଭଣ୍ଡାର ଯାଞ୍ଚ କମିଟି ମୁଖ୍ୟ ଜଷ୍ଟିସ୍ ରଥଙ୍କ ତାଜା ତଥ୍ୟ ଅଧିକ କୁହୁଳାଇଥିବାବେଳେ ଉକ୍ତ ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ବିଜେଡି ସରକାର କାହିଁକି ଚପାଇ ରଖିଥିଲେ ତାକୁ ନେଇ ବି ବଢ଼ିଛି ସନ୍ଦେହ । ଏମିତିକି ନିଜେ ତଦନ୍ତ କମିଶନ ମୁଖ୍ୟ ଜଷ୍ଟିସ୍ ରଘୁବୀର ଦାସ ଏକ ୱେବ୍ ପୋର୍ଟାଲକୁ ଦେଇଥିବା ଇଣ୍ଟରଭ୍ୟୁ, ବିଜେଡି ସରକାରର ଲୋକଦେଖାଣିଆ ଅନୁସନ୍ଧାନର ପୋଲ୍ ଖୋଲିଛି। ଜଷ୍ଟିସ୍ ଦାସ କହିଛନ୍ତି- ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତରେ ତାଙ୍କୁ ଆବଶ୍ୟକ ସହଯୋଗ ମିଳିନଥିଲା ।

Advertisment

ଏମିତିକି ମିଳିଥିବା ଡୁପ୍ଲିକେଟ୍ ଚାବି ଦେଖିବାକୁ କେମିତି ? ତାହା କେଉଁଠି ଥିଲା ? ତାହା ବିଶେଷ ଯାଏଁ ସେ ଜାଣିପାରି ନଥିଲେ। ଚାବି କେମିତି ହଜିଗଲା ? ତା’ର କେହି ସନ୍ତୋଷଜନକ ଉତ୍ତର ଦେଇନଥିଲେ ଓ ପୁରା ଘଟଣାରେ ଶ୍ରୀମନ୍ଦିର ଆକ୍ଟକୁ ଆଦୌ ଅନୁସରଣ କରାଯାଇନଥିଲା । ତେଣୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ପଛରେ ଏକ ବଡ଼ କେଳେଙ୍କାରୀର ଗନ୍ଧ ଆସୁଥିବାବେଳେ, ପୂର୍ବତନ ପ୍ରଶାସକ ସହଦେବ ସାହୁ କହିଛନ୍ତି- ବର୍ତ୍ତମାନର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ଡୁପ୍ଲିକେଟ୍ ଚାବିକୁ ନେଇ ଉଠାଇଥିବା ଆଶଙ୍କା, ଲିଖିତ ଭାବେ ସରକାରଙ୍କୁ ଜଣାଇଲେ, ପୂର୍ବତନ ଜିଲ୍ଲାପାଳ ନିଶ୍ଚେ ତଦନ୍ତ ପରିସରକୁ ଆସିବେ। ତେବେ ଏ ନେଇ ଆମେ ତତ୍କାଳୀନ ପୁରୀ ଜିଲ୍ଲାପାଳ ତଥା ବର୍ତ୍ତମାନର ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ ।

ଗଣମାଧ୍ୟମ ଆଗରେ ଜଷ୍ଟିସ୍ ବିଶ୍ବନାଥ ରଥ ବଖାଣିଥିବା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଅସଲ ସ୍ଥିତି ଆଉ ପୂର୍ବ ବିଜେଡି ସରକାର ଅମଳରେ ଡୁପ୍ଲିକେଟ୍ ଚାବିକୁ ନେଇ ହୋଇଥିବା ଲୋକ ଦେଖାଣିଆ ତଦନ୍ତ, ସନ୍ଦେହର ନୂଆ ପାହାଡ଼ ସୃଷ୍ଟି କଲାଣି। ଏବେ ଅପେକ୍ଷା ମୋହନ ସରକାର ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛନ୍ତି ।

Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ