Advertisment

ଆସ୍ଥା ହଲିଗଲା ପରେ ବିଶ୍ବାସ ସଂକଟ: ଶ୍ରୀମନ୍ଦିରରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି ତ ମହାପ୍ରସାଦ ?

ତିରୁପତି ଲଡୁରେ ପଶୁ ଚର୍ବିରୁ ପ୍ରସ୍ତୁତ ଘିଅ ବ୍ୟବହାରର ବିବାଦ ପରେ ସନ୍ଦେହ । ଶ୍ରୀମନ୍ଦିରରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି ତ ମହାପ୍ରସାଦ ?

ଅଦ୍ୟତନ ହୋଇଛି
undefined

Quality of Ghee

Advertisment

ଆନ୍ଧ୍ର ତିରୁପତି ମନ୍ଦିରରେ ପ୍ରସ୍ତୁତ ପବିତ୍ର ଲଡୁ ପ୍ରସାଦରେ ପଶୁ ଚର୍ବିର ଘିଅ ଖବର ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରରେ ମହାପ୍ରସାଦରେ ବ୍ୟବହୃତ ଘିଅର ମାନକୁ ନେଇ ଉଠିଛି ପ୍ରଶ୍ନ। ଖାଲି ମହାପ୍ରସାଦ ନୁହେଁ, ବିଭିନ୍ନ ପ୍ରକାର ଶୁଖିଲି ଭୋଗ ଓ ଦୀପରେ ନକଲି ଘିଅ ବ୍ୟବହାର ହେଉଥିବାର ଆଶଙ୍କା କରି ତାର ମାନ ଯାଞ୍ଚ ପାଇଁ ବିଭିନ୍ନ ମହଲରୁ ଦାବି ଉଠିଛି। ଜିଲ୍ଲାପାଳ ବି କହିଛନ୍ତି ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ବ୍ୟବହୃତ ଘିଅକୁ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବା ଦିଗରେ ପଦକ୍ଷେପ ନିଆଯିବ। 

Advertisment

ଆସ୍ଥା ହଲିଗଲା ପରେ ବିଶ୍ବାସ ସଂକଟ । ତିରୁପତି ଲଡୁରେ ପଶୁ ଚର୍ବିରୁ ପ୍ରସ୍ତୁତ ଘିଅ ବ୍ୟବହାରର ବିବାଦ ପରେ ସନ୍ଦେହ । ଶ୍ରୀମନ୍ଦିରରେ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି ତ ମହାପ୍ରସାଦ ? ବରାଦି ଭୋଗଠୁ ନେଇ ପିଠା, ଖଜା ଭଳି ଶୁଖିଲି ଭୋଗରେ ବ୍ୟବହୃତ ଘିଅ କେତେ ଶୁଦ୍ଧ ? ବିକ୍ରି ହେଉଥିବା ଦୀପରେ ଲାଗୁଛି କେଉଁ ପ୍ରକାରର ଘିଅ ? ଏସବୁ ଘିଅ ଅସଲି ନା ନକଲି ? ଆନ୍ଦୋଳିତ କରୁଥିବା ଏସବୁ ପୁଳା ପୁଳା ପ୍ରଶ୍ନ ଭିତରେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଆଇନଜୀବୀ ଦିଲୀପ ବରାଳ। ତାଙ୍କର ଦାବି ତିରୁପତି ଘଟଣା ପରେ, ଏଠି ଯେମିତି ଭକ୍ତଙ୍କ ଭାବାବେଗ ସହ କେହି ଖେଳ ଖେଳିବେ ନାହିଁ ସେଥିପାଇଁ ତୁରନ୍ତ ଘିଅର ମାନ ପରୀକ୍ଷା କରାଯାଉ। 

ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ଘିଅର ମାନ ଯାଞ୍ଚ ସପକ୍ଷରେ ମତ ଦେଇଛନ୍ତି। କହିଛନ୍ତି, ଏବେ ସବୁ ଜିନିଷରେ ଯେଭଳି ଅପମିଶ୍ରଣ ହେଉଛି, ସେଦୃଷ୍ଟିରୁ ଘିଅର ମାନ ପରୀକ୍ଷା ନିହାତି ଜରୁରୀ। ଭକ୍ତଙ୍କର ବି ସେଇ ସମାନ ଦାବି। 

Advertisment

ଏପଟେ ମହାପ୍ରସାଦ ଓ ଦୀପରେ ନକଲି କିମ୍ବା ଅପମିଶ୍ରିତ ଘିଅ ବ୍ୟବହାର ନେଇ ଅଭିଯୋଗକୁ ଖଣ୍ଡନ କରିଛି ସୁଆର ଓ ମହାସୁଆର ନିଯୋଗ। ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଶ୍ରୀମନ୍ଦିରରେ କେବଳ ଓମଫେଡ୍ ପ୍ରସ୍ତୁତ ଘିଅ ବ୍ୟବହାର ହେଉଛି। ସରକାର ଚାହିଁଲେ ସେ ଘିଅର ମାନ ଯାଞ୍ଚ କରି ପାରନ୍ତି। 

ଅପରପକ୍ଷେ ଏଭଳି ସମ୍ବେଦନଶୀଳ ଘଟଣାରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି ଶ୍ରୀମନ୍ଦିରରେ ଏବେ ଓମଫେଡ୍ ଘିଅ ବ୍ୟବହାର ହେଉଛି। ତଥାପି ବିଭିନ୍ନ ପ୍ରକାର ଘିଅ ବ୍ୟବହାରର ସମ୍ଭାବନା ଥିବାରୁ ଏନେଇ ସୁଆର ମହାସୁଆର ନିଯୋଗ, କୋଠ ସୁଆରଙ୍କ ସହ ଆଲୋଚନା କରାଯିବ। ସେହିପରି ଏକ ମାନକଯୁକ୍ତ ଘିଅ ଯୋଗାଣ ନେଇ ଓମଫେଡ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବା ସହ ଖୁବ୍‌ଶୀଘ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ମହାପ୍ରସାଦ ଓ ଦୀପରେ ବ୍ୟବହୃତ ଘିଅ ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

Advertisment

ତିରୁପତି ଲଡୁ ବିବାଦ କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ପ୍ରତି ଶକ୍ତ କୁଠାରଘାତ କରିଛି। ତେଣୁ ଏଭଳି ସ୍ଥିତିରେ ସନ୍ଦେହ ମୋଚନ ପାଇଁ ଦାବି ମୁତାବକ କେବେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେଉଛି ଏବେ ତା ଉପରେ ନଜର।

Srimandir Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ