Advertisment

‘ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ’

ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଅଦ୍ୟତନ ହୋଇଛି
Srimandir

Srimandir

Advertisment

ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ପ୍ରସ୍ତୁତ ଲଡୁ ଚିହ୍ନଟ ହେବାପରେ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ। ମହାପ୍ରସାଦ ଶୁଦ୍ଧ ଘିଅରେ ପ୍ରସ୍ତୁତ ହେଉଛି କି ନାହିଁ ସେନେଇ ମାନ ପରୀକ୍ଷା କରିବାକୁ ଆଇନଜୀବୀ ଦିଲୀପ ବରାଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସେହିପରି ଶ୍ରୀମନ୍ଦିରରେ ବ୍ୟବହୃତ ଦୀପରେ ନକଲି ଘିଅ ଓ ମହାପ୍ରସାଦରେ ନକଲି ଘିଅର ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ଆଇନଜୀବୀ ଦିଲୀପ ବରାଳ। ତେବେ ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ଆନନ୍ଦବଜାର ଭିତରେ ପରିଷ୍କାର ପରିଚ୍ଛନ୍ନ ପରିବେଶରେ ମହାପ୍ରସାଦ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ସେପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର । ଶ୍ରୀମନ୍ଦିରରେ ମହାପ୍ରସାଦ ଓ ଦୀପରେ ନକଲି ଘିଅ ବ୍ୟବହାର ନେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଶୁଦ୍ଧ ଘିଅ ବ୍ୟବହାର ହେଉଛି । ଘିଅର ମାନ ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଯାଞ୍ଚ କରିପାରିବେ ।

ଅନ୍ୟପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି ଶ୍ରୀମନ୍ଦିର ମହାପ୍ରସାଦ କୋଠଭୋଗ ହେଉ କିମ୍ବା ବରାଦ ଭୋଗରେ ଓମଫେଡ ଘିଅ ବ୍ୟବହୃତ ହେଉଛି । ସେଭଳି କିଛି ଅଭିଯୋଗ ନାହିଁ । ତେବେ ଘିଅର ମାନକୁ ନେଇ ଓମ୍‌ଫେଡ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ କିଭଳି ସ୍ଵତନ୍ତ୍ର ଭାବେ ଶ୍ରୀମନ୍ଦିରକୁ ଆସିପାରିବ ସେନେଇ ଆଲୋଚନା କରାଯିବ । ଦୀପ ଘିଅ ସହ ମହାପ୍ରସାଦରେ ବ୍ୟବହୃତ ଘିଅର ଯୋଗାଣ ସମ୍ପର୍କରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଘିଅର ମାନ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Advertisment

Srimandir Puri Collector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ