Advertisment

ଶ୍ରୀମନ୍ଦିରକୁ କେମିତି ଯିବନି କ୍ୟାମେରା? ବଡ଼ ସୂଚନା ଦେଲେ ପୁରୀ ଏସପି...

ପ୍ରତିଦିନ ନୂଆ ନୂଆ ତରିକାରେ ପର୍ଯ୍ୟଟକ ମାନେ ଶ୍ରୀମନ୍ଦିରକୁ ଆସୁଛନ୍ତି। ବିଭିନ୍ନ ଉପାୟରେ କ୍ୟାମେରା ପ୍ରବେଶ ପାଇଁ ହେଉଛି ଉଦ୍ୟମ। ହେଲେ ସେସବୁକୁ ବିଫଳ କରୁଛି ପୋଲିସ୍।

 Stricter Security Protocols for Jagannath Temple

Stricter Security Protocols for Jagannath Temple

Advertisment

ଶ୍ରୀମନ୍ଦିର ସୁରକ୍ଷା ନେଇ ବଡ଼ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର। ପ୍ରତିଦିନ ନୂଆ ନୂଆ ତରିକାରେ ପର୍ଯ୍ୟଟକ ମାନେ ଶ୍ରୀମନ୍ଦିରକୁ ଆସୁଛନ୍ତି। ବିଭିନ୍ନ ଉପାୟରେ କ୍ୟାମେରା ପ୍ରବେଶ ପାଇଁ ହେଉଛି ଉଦ୍ୟମ। ହେଲେ ସେସବୁକୁ ବିଫଳ କରୁଛି ପୋଲିସ୍। ଏସବୁ ଚ୍ୟାଲେଞ୍ଜ ଓ ଶିକ୍ଷଣୀୟ ବି ପୋଲିସ୍ ପାଇଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ତଦାରଖ କରି ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଛି। ବ୍ୟାଗ୍ ସ୍କାନର୍ ଓ ମେଟାଲ୍ ଡିଟେକ୍ଟର ଖୁବ ଶୀଘ୍ର ଲାଗିବ। ତାସହ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ସହ ୱାଚ୍ ଟାୱାର୍ ଖୁବ ଶୀଘ୍ର କାମ କରିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି।

Advertisment

ତା‘ସହ ଗତକାଲି ସ୍ପାଏ କ୍ୟାମେରା ଚଷମା ଧରି ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଯୁବକ ଜଣକ କୌଣସି ଫଟୋ କିମ୍ବା ଭିଡିଓ ଉଠାଇ ନାହାନ୍ତି। ତାଙ୍କୁ ତାଗିଦ୍ ପରେ ଛାଡ଼ି ଦିଆଯାଇଥିବା ସେ କହିଛନ୍ତି। 

Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ