Advertisment

ଅଣଓଡ଼ିଆ ଯାତ୍ରୀଙ୍କ ଗଳାବାଟ ପାଲଟିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର !

ପୁରୀ ଲୋକଙ୍କୁ ଖରାରେ ଛିଡ଼ା କରି ବାହାର ଭକ୍ତଙ୍କୁ ଛାଡୁଛି ପୋଲିସ୍ ।

undefined

Puri Srimandir

Advertisment

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପାଲଟିଛି ଯାତ୍ରୀ ପ୍ରବେଶର ଗଳାବାଟ। ପଶ୍ଚିମ ଦ୍ୱାରରେ ପୋଲିସ କର୍ମଚାରୀମାନେ ସେବାୟତ ଓ ଯାତ୍ରୀପଣ୍ଡା ସାଙ୍ଗରେ ଆଣୁଥିବା ବାହାର ରାଜ୍ୟ ଯାତ୍ରୀଙ୍କୁ ଅନାୟାସରେ ଛାଡୁଛନ୍ତି। ଯାହା ଦେଖି ଖରାରେ ଘଣ୍ଟା ଘଣ୍ଟା ଧରି ସିଝୁଥିବା ପୁରୀ ବାସିନ୍ଦା ଓ ଅନ୍ୟ ସାଧାରଣ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁରୀ ଏସପି କହିଛନ୍ତି ଘଟଣାର ଅନୁଧ୍ୟାନ ହେବ। ତେଣେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଏତେଦିନ ପରେ ବି ୪ ଦ୍ୱାର ଖୋଲାନଯିବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।

Advertisment

ଜଣେ ସାଧାରଣ ଭକ୍ତ ପ୍ରବଳ ଭିଡ଼ରେ କାଳିଆ ଦର୍ଶନ ପାଇଁ ମୁଣ୍ଡଫଟା ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଆଖି ଆଗରେ ଅଣ ଓଡ଼ିଆ ଯାତ୍ରୀଙ୍କୁ ପଶ୍ଚିମ ଦ୍ୱାରରେ ଛଡ଼ା ଯିବା ଦେଖି, ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଗୋଟିଏ ପଟେ ଖରା କଲବଲ କରୁଥିଲା, ତ ଏଣେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଆଗରେ ଭିଡ଼ ବି ବଢୁଥିଲା। ଯେଉଁମାନେ ପୁରୀ ବାସିନ୍ଦା, ସେମାନେ ଲାଇନ୍‌ରେ ଛିଡ଼ା ହୋଇଥିଲେ, ଆଉ ପୋଲିସ କର୍ମଚାରୀମାନେ ଆଗେ ସେବାୟତ ଓ ଯାତ୍ରୀପଣ୍ଡା ସାଙ୍ଗରେ ଆଣିଥିବା ବଙ୍ଗୀୟ ଏବଂ ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଗଣି ଗଣି ମନ୍ଦିରକୁ ଅନାୟସରେ ଛାଡୁଥିଲେ।

Advertisment

ତେବେ ଏଠି ପ୍ରଶ୍ନ- ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ କେବଳ ପୁରୀ ବାସିନ୍ଦା ଓ ସେବାୟତଙ୍କୁ ପ୍ରବେଶ ନିୟମ ଥିବାବେଳେ ବାହାର ଯାତ୍ରୀଙ୍କୁ ଛଡ଼ାଯାଉଛି କେମିତି ? କିଏ ଓ କେତେବେଳେ ନିୟମ ବଦଳାଇଲା ? ସିଂହଦ୍ୱାର ବାଟେ ହଜାର ହଜାର ଯାତ୍ରୀ ଲମ୍ବା ଲାଇନ୍‌ରେ ଆସୁଥିବାବେଳେ ଗଳାବାଟ ଦେଇ ପଶ୍ଚିମ ଦ୍ୱାରରେ ଭକ୍ତଙ୍କୁ ଛାଡ଼ିବାକୁ କିଏ ଅନୁମତି ଦେଲା ? ଏସବୁ ପ୍ରଶ୍ନର ଜବାବ ମାଗୁଛନ୍ତି ପୁରୀ ବାସିନ୍ଦା ଓ ଅନ୍ୟ ସାଧାରଣ ଭକ୍ତ।

ତେଣେ ଖୋଲାଖୋଲି ଜଣେ ପ୍ରତିହାରୀ ସେବକ କହିଛନ୍ତି ଯାତ୍ରୀ ନେବାକୁ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି। ଏଥିସହ ସେତେବେଳେ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ଉତ୍ତର, ପଣ୍ଡାମାନେ ଆଣୁଥିବା ଯାତ୍ରୀଙ୍କୁ ଛାଡ଼ିବାକୁ ଏସପିଙ୍କର ରହିଛି ନିର୍ଦ୍ଦେଶନାମା।

Advertisment

ଏଣେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ନେଇ ଏଭଳି ପାତର ଅନ୍ତର ନିତୀକୁ ଖୋଲାଖୋଲି ସମାଲୋଚନା କରିଛନ୍ତି ଖୋଦ୍ ବରିଷ୍ଠ ସେବାୟତ। କହିଛନ୍ତି- ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରିବା ପରେ ବି ୪ ଦ୍ୱାର ଖୋଲା ନଯିବାରୁ ଏଭଳି ପରିଣତି ଘଟୁଛି। ତେଣେ ପୁରୀ ଏସପିଙ୍କ ଉତ୍ତର ୪ ଦ୍ୱାର ଖୋଲାଯିବା ନିଷ୍ପତ୍ତି ପ୍ରଶାସନର । କିନ୍ତୁ ପଶ୍ଚିମ ଦ୍ୱାରବାଟେ ବାହାର ଯାତ୍ରୀଙ୍କୁ ପ୍ରବେଶ ଘଟଣାର ଅନୁଧ୍ୟାନ କରାଯିବ।

Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ