Advertisment

ଆଜି ରତ୍ନଭଣ୍ଡାର SOP ! ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା..

ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବ ଅନୁସାରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି।

Ratna Bhandar

Ratna Bhandar

Advertisment

ରବିବାର ଖୋଲପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ବହୁପ୍ରତୀକ୍ଷିତ ମୁହୂର୍ତ୍ତକୁ ଏବେ ସମସ୍ତଙ୍କ ଅପେକ୍ଷା । କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ସ୍ପଷ୍ଟ ହେବ । ରତ୍ନଭଣ୍ଡାର ଖୋଲିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର୍ ବା SOP ନିର୍ଦ୍ଧାରଣ କରାଯିବ। ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ଓ ତାହା ଲୋକଙ୍କୁ ଜଣାଯିବ।

Advertisment

ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବ ଅନୁସାରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ଏହାକୁ କେମିତି ଖୋଲିବ ଓ କଣ ରହିବ ଏସଓପି, ତାଉପରେ ବିଚାରବିମର୍ଶ ଚାଲିଛି। ଏସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ରାଜୀବ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମୋଦନ ପାଇବା ପରେ ସେଗୁଡ଼ିକ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ। ଯେକୌଣସି ପ୍ରଶ୍ନର ଉତ୍ତର ଦେବା ସହଜ ହେବ। ନୀତିରେ କୌଣସି ବ୍ୟାଘାତ ହେବନି। ଜଗନ୍ନଥ ସଂସ୍କୃତିରେ ଥିବା ପୋଷାକ ପିନ୍ଧି ଏହି କାର୍ଯ୍ୟ କରାଯିବ। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ମୋଡିଲିଟି କମିଟି ଦେଇଥିବା ପ୍ରସ୍ତାବ, ପରିଚାଳନା କମିଟି ଦେଇଥିବା ସୁପାରିସ ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ସେହିପରି କାର୍ଯ୍ୟ ଅଗ୍ରଗତି କରିବ।

Advertisment

ତେବେ ଦିନ ୧୦ଟାରେ ବୈଠକ ହେବ। ପ୍ରଥମେ ଚାବି ରଖାଯିବ। ଏହାପରେ ଲୋକନାଥ ମହାପ୍ରଭୁଙ୍କୁ ପୂଜା କରାଯିବ। ସମସ୍ତେ ନିରାମିଷ ଖାଦ୍ୟ ଖାଇବା ସହ ପାରମ୍ପରିକ ବସ୍ତ୍ର ପରିଧାନ କରିବେ। ୨୦ଜଣିଆ ସଦସ୍ୟଙ୍କ ସହ ଅନ୍ୟକିଛି ଲୋକ ଯିବାନେଇ ସୂଚନା ମିଳିଛି। ସମସ୍ତଙ୍କୁ ଚୟନ କରାଯିବ। ୩ଟି ଚାବି ଆସିବା ପରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯିବ। ପରେ ମୁଖ୍ୟ ରତ୍ନଭଣ୍ଡାର ଖୋଲାଯିବ। ତେବେ ଚାବି ନ ଖୋଲିଲେ କାଗିଗର ଖୋଲିବା ପାଇଁ ଚେଷ୍ଟା କରିବେ। ନଖୋଲିଲେ ଏହାକୁ ଭଙ୍ଗାଯାଇପାରେ।

Puri Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ