Advertisment

ଇସ୍କନ ପକ୍ଷରୁ ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗ, ଚିଠି ଲେଖି ବାରଣ କଲେ ଗଜପତି ମହାରାଜା

ବିଧି, ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ବି ହୋଇଛି । ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ ।

Gajapati Maharaja

Gajapati Maharaja

Advertisment

ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗ । ଇସ୍କନକୁ ଚିଠି ଲେଖି ବାରଣ କଲେ ଗଜପତି ମହାରାଜା । ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା । ସେ ଚିଠି ଲେଖି କହିଛନ୍ତି ଯେ, ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି । ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି । ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ହୋଇଛି ବୋଲି କହିଛନ୍ତି ଗଜପତି ମହାରାଜା ।

Advertisment

ସେହିପରି ସେ ଆହୁରି କହିଛନ୍ତି ଯେ, ବିଧି, ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ବି ହୋଇଛି । ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ । କେବଳ ବିଧି ମୁତାବକ ସ୍ନାନ ଯାତ୍ରା ଓ ରଥଯାତ୍ରା କରନ୍ତୁ କହିଲେ ଗଜପତି । ଅନ୍ୟପଟେ ଚିଠିରେ ବଡ଼ ତାର୍କିକ ପ୍ରଶ୍ନ ଉଠାଇଲେ ଗଜପତି ମହାରାଜା । ଅଦିନରେ ଜନ୍ମାଷ୍ଟମୀ ପାଳନ କରାଯାଏ କି ବୋଲି ପ୍ରଶ୍ନ କଲେ । ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ । କାହିଁକି ଭିନ୍ନ ଭିନ୍ନ ଦିନରେ ରଥଯାତ୍ରା ପାଳନ ହେବ ବୋଲି ପଚାରି ବର୍ଷିଲେ ଗଜପତି ମହାରାଜା ।

ସୂଚନା ଅନୁସାରେ ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଅଦିନରେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ଏଥର ଆମେରିକାର ହ୍ୟୁଷ୍ଟନରେ ଆସନ୍ତା ନଭେମ୍ବର ୯ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି ଇସ୍କନ । ଯାହାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିଲା ଭୀଷଣ ପ୍ରତିକ୍ରିୟା ।

Advertisment

ଇସ୍କନର ହ୍ୟୁଷ୍ଟନ୍ ଶାଖା ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୩, ରବିବାର ମହାପ୍ରଭୁଙ୍କ ସ୍ନାନଯାତ୍ରା, ନଭେମ୍ବର ୯ତାରିଖ ଶନିବାର ଆମେରିକାନ୍ ଲିଜନ୍ ପାର୍କରେ ତିନିଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ଆଷାଢ଼ ଶୁକ୍ଳ ଦ୍ବିତୀୟା ବଦଳରେ ନିଜକୁ ସୁହାଉଥିବା ଯେକୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା।

ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧିବିଧାନକୁ ଭୃକ୍ଷେପ ନକରି ବାରମ୍ବାର ଇସ୍କନର ଏଭଳି ଅଦିନିଆ ରଥଯାତ୍ରାର ଆୟୋଜନର ଅନେକ ଦୃଷ୍ଟାନ୍ତ ରହିଛି। ୨୦୨୦ ଜାନୁଆରୀ ମାସରେ ସବୁ ବିରୋଧ, ପ୍ରତିବାଦକୁ ପରୱା ନକରି ଆଶାଢ଼ ଶୁକ୍ଳ ଦ୍ବିତୀୟା ତିଥି ବଦଳରେ ଶ୍ରୀପଞ୍ଚମୀରେ ମୁମ୍ବାଇରେ ରଥଯାତ୍ରାର ଆୟୋଜନ କରିଥିଲା ଇସ୍କନ ସଂସ୍ଥା। ଏହା ପୂର୍ବରୁ ୨୦୦୭ ଅକ୍ଟୋବରେ ୬ ତାରିଖରେ ଲୁଧିୟାନା, ୨୦୦୭ ଡିସେମ୍ବର ୨୩ତାରିଖରେ ଦିଲ୍ଲୀରେ ବି ଅଦିନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା।

Advertisment

ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ଖୋଦ୍ ଗଜପତି ମହାରାଜ ଇସ୍କନର ଏଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିରୋଧୀ କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କରିଆସିଛନ୍ତି। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟତିଥି ବ୍ୟତିରକେ ଅନ୍ୟ ସମୟରେ ନକରିବାକୁ ଗତ ୨୦୧୯ ସେପ୍ଟେମ୍ବରରେ ଏକ ବାର୍ତ୍ତା ଦେଇଥିଲେ। ଏହାପରେ ଇସ୍କନ ଇଣ୍ଡିଆ ପକ୍ଷରୁ ବି ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଯେଉଁ ତିଥିରେ ରଥଯାତ୍ରା ପଡ଼ୁଛି ସେହି ତିଥି ବ୍ୟତିରେକ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା। ଏନେଇ ଗତ ୨୦୨୧ ଅଗଷ୍ଟ ମାସରେ ଇସ୍କନ ପକ୍ଷରୁ ଚିଠି ଲେଖି ଗଜପତି ମହାରାଜାଙ୍କୁ ଅବଗତ ବି କରାଯାଇଥିଲା। ହେଲେ ଏହା ସତ୍ତ୍ବେ ବି ଇସ୍କନ ପକ୍ଷରୁ ପୁଣି କିଭଳି ଏଭଳି ଆସ୍ପର୍ଦ୍ଧା କରାଯାଉଛି । ତେବେ ଇସ୍କନ ପକ୍ଷରୁ ହୋଇଥିବା ସଂକଳ୍ପକୁ ତାଙ୍କର ଆମେରିକାରେ ଥିବା ଶାଖା ଖାତିର କରୁନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି ।

Puri Gajapati Ratha Yatra ISKCON ISKCON Untimely Rath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ