Advertisment

ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କର ହେଲା ବଡମହାସ୍ନାନ

ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳ ଆଳତୀ ପୂର୍ବରୁ ମହାପ୍ରଭୁଙ୍କର ହେଲା ମହାସ୍ନାନ।

ଅଦ୍ୟତନ ହୋଇଛି
Blood Stains Found In Jagannath Temple

Jagannath Temple

Advertisment

ଶ୍ରୀମନ୍ଦିରରେ ଅଘଟଣ। ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ହେଲା ବଡମହାସ୍ନାନ। ମଙ୍ଗଳ ଆଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ। ସକାଳ ୫ଟା ୨୧ରେ ସିଂହଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। କାରଣ ମଙ୍ଗଳ ଆଳତୀ ସମୟରେ କେବଳ ସେବକ, ସେମାନଙ୍କ ଧର୍ମ ପତ୍ନୀ କିମ୍ବା ପରିବାର ସଦସ୍ୟ ଭିତର କାଠ ପର୍ଯ୍ୟନ୍ତ ଯାଇଥାନ୍ତି।

Advertisment

ସୂଚନା ମୁତାବକ ଆଜି ସକାଳୁ ଭିତରକାଠ ପାଖ ଧୁକୁଡି ଦ୍ୱାର ନିକଟରେ ଜଣେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ଫଳରେ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକିଥିବା ଜଣାପଡିଛି। ମହାପ୍ରଭୁଙ୍କ ବଡ ମହାସ୍ନାନ ହେବା ପରେ ନୀତି ଆଗକୁ ବଢିବ ବୋଲି ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ପୁରୀରେ ଏଥର ମୁଖ୍ୟ ମୁଦ୍ଦା, କିଏ ଖୋଲିବ ଶ୍ରୀମନ୍ଦିରର ଚାରିଦୁଆର ?

ବଡ଼ ମହାସ୍ନାନ ପରେ ଗଭା ବେଶ ଓ ପରେ ମଙ୍ଗଳ ଅଳତୀ କରାଯିବ। ଆଜି ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ ହେବ ବୋଲି ଜଣାଯାଇଛି। ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ନୀତିକାନ୍ତିରେ ବିଳମ୍ବ ହେତୁ ସେମାନେ ଭିତରକୁ ପ୍ରବେଶ କରିପାରୁନାହାନ୍ତି।

Advertisment

ସେପଟେ ଆସନ୍ତା ୧୦ ତାରିଖ ଅକ୍ଷୟ ତୃତୀୟା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା । ବର୍ଷତମାମ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଏବଂ ବୈଜୟନ୍ତ୍ରୀ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବାୟତ ମାନଙ୍କ ଦ୍ୱାରା ଉଦ୍ଧାର କରାଯ଼ାଇଛି। ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ସରିବା ପରେ ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯାଇଥାଏ।

ଚୈତ୍ର ପୂର୍ଣ୍ଣୀମାରେ ଏହାକୁ ଉଦ୍ଧାର କରି ମରାମତି କରାଯିବା ସହ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଥାଏ । ମଦନମୋହନ, ଭୁଦେବୀ, ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏଥିଲାଗି ଭୋଇ ସେବାୟତମାନେ ସମସ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠାଇବା ସହ ସେଥିରେ ପିଚୁ, ରାଳ ଦେଇ ମହାପ୍ରଭୁଙ୍କର ଚାପ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

Advertisment
Jagannath Temple Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ