Advertisment

Paddy Problem: ଧାନ କିଣା ଶେଷ...ଖୋଲା ଆକାଶ ତଳେ ଗଜା ଧାନକୁ ଜଗି ରହିଛନ୍ତି ଚାଷୀ

ସରକାର ଘୋଷଣା କରିଥିଲେ ଯେ କଟନି ଛଟନି ହେବ ନାହିଁ ଚାଷୀଙ୍କ ଠାରୁ ଉଚିତ୍ ମୂଲ୍ୟ ରେ ଧାନ କିଣିବ ମିଲର। ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଡି ଗାଁରେ ରାସ୍ତା କଡ଼ରେ ପଡ଼ି ରହିଛି ହଜାର ହଜାର କ୍ଵିଣ୍ଟାଲ ଧାନ । ଆଶା ଥିଲା ମଣ୍ଡିରେ ଦେବୁ ଭଲ ଦୁଇ ପଇସା ପାଇବୁ, ଧାର ଶୁଝିବୁ। ହେଲେ ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖ‌ିବାକୁ ମିଳିଛି।

ଅଦ୍ୟତନ ହୋଇଛି
ମଣ୍ଡିରେ ଧାନ ଗଜା ହେଉଛି

ମଣ୍ଡିରେ ଧାନ ଗଜା ହେଉଛି

Advertisment

ସରିଲା ଧାନ କିଣା ଟାର୍ଗେଟ । ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଟାର୍ଗେଟ ସରି ଥିବା ବେଳେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷା ଯୋଗାଇବାକୁ ଚାଷୀ ପାଖରେ କିଛି ଉପାୟ ନାହିଁ। ବର୍ଷା ରେ ଭିଜି ଭିଜି ଧାନ ଗଜା ମେଲି ଧାନ ଗଛ ଉଠିଲାଣି। ଚାଷୀ ଧାନ ଅମଳ କରି ମଣ୍ଡି କୁ ଆଣି ଧାନ ବିକ୍ରି କରିବା ପାଇଁ ଆଶା ଥିଲା ଚାଷୀ, ହେଲେ ଆଶା ଆଶା ରେ ରହିଗଲା। ଆଶା ଥିଲା ଏବର୍ଷ ଚାଷୀ ଠିକ୍ ସେ ଧାନ ବିକ୍ରି କରି ଧାର କରଜ ଟଙ୍କା ଶୁଜିବ। ହେଲେ ଚାଷୀ ଧାନ ବିକ୍ରି କରିପାରୁନାହିଁ, ଯାହା ଫଳରେ ଧାର କରଜ ଆଣି ଚାଷ କରିଥିବା ଚାଷୀ କେମିତି ଋଣ ପରିଶୋଧ କରିବ, ସେ ଚିନ୍ତା ଏବେ ଘାରିଛି।

Advertisment

ସରକାର ଘୋଷଣା କରିଥିଲେ ଯେ କଟନି ଛଟନି ହେବ ନାହିଁ ଚାଷୀଙ୍କ ଠାରୁ ଉଚିତ୍ ମୂଲ୍ୟ ରେ ଧାନ କିଣିବ ମିଲର। ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ କରଡି ଗାଁରେ ରାସ୍ତା କଡ଼ରେ ପଡ଼ି ରହିଛି ହଜାର ହଜାର କ୍ଵିଣ୍ଟାଲ ଧାନ । ଆଶା ଥିଲା ମଣ୍ଡିରେ ଦେବୁ ଭଲ ଦୁଇ ପଇସା ପାଇବୁ, ଧାର ଶୁଝିବୁ। ହେଲେ ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖ‌ିବାକୁ ମିଳିଛି।

ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ବିକ୍ରି କରିବା ପାଇଁ ଆଶା କରିଥିଲେ ମଧ୍ୟ ଏବେ ଟାର୍ଗେଟ ନଥିବାରୁ ରାସ୍ତା କଡରେ ବସିଛି ଚାଷୀ । ଏଥିପାଇଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସେପଟେ କାଲିଠୁ ଧାନ କିଣା ଟାର୍ଗେଟ ସରିଥିବାରୁ ଚାଷୀ ତାର କଷ୍ଟ ଉପାର୍ଜିତ ଧାନ ବେପାରୀକୁ ଶାଗ ମାଛ ଦରରେ ବିକ୍ରୀ କରିବ ବୋଲି ପ୍ରତିକ୍ରିୟା ରଖିଛି ।

Advertisment

ଚାଷୀ ତାର ଧାନକୁ ଧରି ମଣ୍ଡିରେ ଉଜାଗର ରହି ପଡ଼ି ରହିଥିଲା ଏବେ ରାସ୍ତା କଡରେ ପଡ଼ିରହିଛି । ହେଲେ ପ୍ରଶାସନିକ ଅଧିକାରୀ ଚାଷୀଙ୍କ ଧାନ ମଣ୍ଡିରୁ ଉଠିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁନଥ‌ିବା ଅଭିଯୋଗ ହେଉଛି। ଯାହାଫଳରେ ୧୫୦୦ ରୁ ୨୦୦୦ କ୍ୱିଣ୍ଟାଲ ଧାନ ବର୍ଷାରେ ପଡ଼ିରହିଛି । ଧାନସବୁ ବର୍ଷାରେ ଗଜା ହୋଇ ଗଲାଣି। ଏଭଳି ସ୍ଥିତିରେ କେତେକ ଚାଷୀ ଆତ୍ମହତ୍ୟ କରିବାକୁ ଚେତାବନୀ ଦେଇଛନ୍ତି। 

Paddy Procurement Woes Continue Paddy Procurement In Odisha Farmers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ