Advertisment

ଡ୍ରେନ୍‌ କାମ କଲାନି BMC, ଅଫିସ୍‌ ଭିତରେ ପଶି ପରିସ୍ରା କଲେ ଲୋକେ

ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ପାଖାପାଖି ୬୦୦ ମିଟର ଡ୍ରେନର କାମ ଅଧରେ ଅଟକିଛି । ଅଫିସରଙ୍କ ଅବହେଳା ପାଇଁ ହୋଇପାରୁନାହିଁ ଡ୍ରେନ କାମ ।

ଅଦ୍ୟତନ ହୋଇଛି
BMC Office

BMC Office

Advertisment

ଡ୍ରେନ୍ ସମସ୍ୟା ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପ୍ରତିବାଦ । ବିଏମ୍‌ସି ସିଟି ଇଞ୍ଜିନିୟରଙ୍କ ପ୍ରକୋଷ୍ଠରେ ପରିସ୍ରା କରି ପ୍ରତିବାଦ କରିଛନ୍ତି ୪୫ନଂ ୱାର୍ଡ ଶବର ସାହିର ବାସିନ୍ଦା। ଗତକାଲି ବିଏମ୍‌ସି କର୍ଯ୍ୟାଳୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାରମ୍ବାର ଦୌଡ଼ିବା ସତ୍ତ୍ୱେ ଡ୍ରେନ୍ କାମ ହେଉନଥିବାରୁ ଏଭଳି ପ୍ରତିବାଦ ପନ୍ଥାକୁ ଆପଣାଇଥିଲେ ଶବର ସାହିର ବାସିନ୍ଦା।

Advertisment

ଦୀର୍ଘ ଦିନ ହେଲା ସେମାନଙ୍କ ସାହିରେ ଡ୍ରେନ୍ କାମ ଅଧାରେ ଅଟକିଛି। ପାଖାପାଖି ୬୦୦ ମିଟର ଡ୍ରେନର କାମ ଅଧରେ ଅଟକିଛି । ଅଫିସରଙ୍କ ଅବହେଳା ପାଇଁ ହୋଇପାରୁ ନାହିଁ ଡ୍ରେନ କାମ ।

ଏଥିପାଇଁ ଡ୍ରେନ୍ ପାଣି ଯାଇ ସ୍ୱରେଜ୍ ଲାଇନ୍‌ରେ ପଶୁଛି। ଘର ଭିତରେ ମଳ ଓ ନର୍ଦ୍ଦମା ପାଣି ଭାସୁଛି। ବାରମ୍ବାର ଗୁହାରି ଜଣାଇବା ସତ୍ତ୍ୱେ ବିଏମ୍‌ସି ଡ୍ରେନ୍ କମ କରୁନି। ବର୍ଷା ହେଲେ ସ୍ଥିତି ସଙ୍ଘାତିକ ହେଉଛି। ଘରେ ମଳ ପାଣି ପଶିବା ଯୋଗୁ ଲୋକେ ନା' ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି। ତୁରନ୍ତ କାମ କରା‌ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମ୍ସସି ଅଧିକାରୀ ।

Advertisment

BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ