Advertisment

'ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ'

ଆରମ୍ଭ ହେବ ଆମ ଓଡିଶା ନବୀନ ଓଡ଼ିଶା କାମ। ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି।

ଅଦ୍ୟତନ ହୋଇଛି
Ama Odisha Naveen Odisha Scheme To begin Soon

Ama Odisha Naveen Odisha Scheme

Advertisment

ଆରମ୍ଭ ହେବ ଆମ ଓଡିଶା ନବୀନ ଓଡ଼ିଶା କାମ। ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି। ସେ କହିଛନ୍ତି ‘ଆମ ଓଡିଶା ନବୀନ ଓଡିଶା’ରେ ୩ ହଜାର ୪୫୭  କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରାୟ ୩୦ରୁ ୪୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି, ଯାହାର ପେମେଣ୍ଟ ବି ହୋଇଛି।

Advertisment

ସେହିଭଳି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ  କହିଛନ୍ତି ଯେ ‘ଆମ ଓଡିଶା ନବୀନ ଓଡିଶା’ ଅର୍ଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଗାଁ ଗହଳିରେ ଅର୍ପଣ ଚାଉଳ ସଂଗ୍ରହ ପାଇଁ ସଙ୍କୀର୍ତ୍ତନ ଓ କ୍ରୀଡା ବିକାଶ ପାଇଁ ଖର୍ଚ୍ଚ କରାଯାଇଛି।  ସେ ବାବଦରେ ଆମେ ତର୍ଜମା କରୁଛୁ।  କାମ କରିଥିବା ସଂସ୍ଥାକୁ ପାଉଣା ନିଶ୍ଚିତ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ: ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ବିଜେଡ଼ି ସରକାର କରୁନଥିଲା ପଲ୍ଲୀ ସଭା। ପୂର୍ବ ସରକାରରେ ୱାନ ମ୍ୟାନ ଆର୍ମି ହିଁ ସର୍ବେସର୍ବା ଥିଲେ, ସେ ଯାହା କହୁଥିଲେ ସେୟା ହିଁ ହେଉଥିଲା। ପଲ୍ଲୀ ଓ ଗ୍ରାମ ସଭାକୁ ସମ୍ପୂର୍ଣ ବନ୍ଦ କରି ଦିଆ ଯାଇଥିଲା। ଏହା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । 

Advertisment

'ଆମ ଓଡ଼ିଶା ନବୀନ ଓଡ଼ିଶା' ରେ ତାଙ୍କ କର୍ମକର୍ତ୍ତା ଯାହା କହିଲେ ତାହା ହେଲା। କିନ୍ତୁ ଆମ ସରକାର ତାହା କରିବନି। ଗ୍ରାମ ସଭା ଓ ପଲ୍ଲୀ ସଭାକୁ ଆମ ସରକାର ପୂର୍ଣ୍ଣ କ୍ଷମତା ପ୍ରଦାନ କରିଛନ୍ତି। ସେ ଯାହା କହିବେ ତାହା ହେବ ବୋଲି ଗୃହକୁ ପ୍ରତିଶ୍ରୁତି ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । 

Odisha Assembly Question Hour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ