Advertisment

Speed Boat Accident: ସ୍ପିଡ୍ ବୋଟ୍ ଆକ୍ସିଡେଣ୍ଟ ପରେ ଚେତିଲା ପ୍ରଶାସନ, ବୋଟିଂ କଂପାନୀ ଅଫିସ ଧୂଳିସାତ୍ କଲା ପୌର ସଂସ୍ଥା

ଜଣାଶୁଣା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତାଙ୍କ ମୁହଁରୁ କାଳ ଶନିବାରର ଘଟଣା ଯେତେଥର ଶୁଣିଲେ ବି ଦେହ ଥରି ଉଠୁଛି । ନୀଳ ସମୁଦ୍ର ଢେଉରେ ଅର୍ପିତା ଓ ତାଙ୍କ ସ୍ବାମୀ ବୋଟିଂର ମଜା ନେବାବେଳେ କିଭଳି ଯମ ଭଳି ମାଡ଼ି ଆସିଥିଲା ବିରାଟ ଜୁଆର ।

undefined

‘ସ୍ପିଡ୍‌ ବୋଟ୍‌’ ଆକ୍ସିଡେଣ୍ଟ ତନାଘନା

Advertisment

ପୁରୀ ସମୁଦ୍ରରେ ସ୍ପିଡ ବୋଟ୍‌ରେ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ ଓଲଟିବା ଘଟଣାରେ ଆକ୍ସନ ମୋଡ୍‌ରେ ପ୍ରଶାସନ। ଦୁର୍ଘଟଣାର କାରଣ ଜାଣିବାକୁ ଉପ-ଜିଲ୍ଲାପାଳଙ୍କ ଦ୍ବାରା ତଦନ୍ତ ଚାଲିଥିବାବେଳେ ଆଜି ବୋଟିଂ ସଂସ୍ଥା ସ୍କାଏ ଡ୍ରାଇଭ ଆଡଭେଞ୍ଚର କମ୍ପାନୀ ଅଫିସକୁ ଧୂଳିସାତ୍ କରିଛି ପୁରୀ ପୌରସଂସ୍ଥା । ଜିଲ୍ଲାପାଳ ବି ମାନିଛନ୍ତି ନିୟମ ଉଲ୍ଲଂଘନ ହୋଇଛି, ମାମଲା ରୁଜୁ ହେବ। ତେଣେ ଶନିବାର ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜଙ୍କ ମୁହଁରୁ ଛାତିଥରା କାହାଣୀ ଶୁଣିବା ପରେ ଏବେ ପର୍ଯ୍ୟଟକଙ୍କ ପ୍ରଶ୍ନ , କେତେ ସୁରକ୍ଷିତ ପୁରୀରେ ଦୁଃସାହସିକ ଜଳକ୍ରୀଡ଼ା ସାଙ୍ଗକୁ ସମୁଦ୍ର ସ୍ନାନ ।

Advertisment

ଅଧିକ ପଢ଼ନ୍ତୁ: ଛାତି ଫଟାଇଦେଲା ଆନ୍ଦୋଳନ ସମୟର ଘଟଣା; ହୃଦୟ ବିଦାରକ ଘଟଣାରେ ଆକାଶ ଆଖିରୁ ବି ଝରିଲା ଲୁହ...

ଜଣାଶୁଣା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଉଜ ଅର୍ପିତାଙ୍କ ମୁହଁରୁ କାଳ ଶନିବାରର ଘଟଣା ଯେତେଥର ଶୁଣିଲେ ବି ଦେହ ଥରି ଉଠୁଛି । ନୀଳ ସମୁଦ୍ର ଢେଉରେ ଅର୍ପିତା ଓ ତାଙ୍କ ସ୍ବାମୀ ବୋଟିଂର ମଜା ନେବାବେଳେ କିଭଳି ଯମ ଭଳି ମାଡ଼ି ଆସିଥିଲା ବିରାଟ ଜୁଆର । ଆଖି ପିଛୁଳାକେ ଓଲଟି ପଡ଼ିଲା ସ୍ପିଡ୍ ବୋଟ୍ ଓ କେମିତି ଅଶାନ୍ତ ସମୁଦ୍ରର ଅକାତକାତ ପାଣିରୁ ସେମାନଙ୍କୁ ବଞ୍ଚାଇ ନୂଆ ଜୀବନ ଦେଇଛନ୍ତି ଲାଇଫ୍ ଗାର୍ଡ, ଏସବୁ ବଖାଣିବା ସହ ସିଧା ଦୋଷ ଲଦିଛନ୍ତି ଡ୍ରାଇଭର ଉପରେ । ଏଣେ ପୁରୀ ଲାଇଟ୍ ହାଉସ୍ ନିକଟ ସମୁଦ୍ରରେ ସ୍ପିଡ୍ ବୋଟ୍ ଟ୍ରାଜେଡିକୁ ନେଇ ସବୁଠି ଆଲୋଡ଼ନ, ଆଲୋଚନା- କେତେ ସୁରକ୍ଷିତ ସ୍କାଏ ଜେଟ୍‌ର ମଜା ।

Advertisment

ଘଣ୍ଟାଚକଟା ଭିତରେ ଆଜି ଆକ୍ସନ ମୋଡ୍‌କୁ ଆସିଛି ପୁରୀ ଜିଲ୍ଲା ପ୍ରଶାସନ । ସ୍କାଏ ଡ୍ରାଇଭ ଆଡଭେନଞ୍ଚର କମ୍ପାନୀ ଅଫିସକୁ ଜେସିବି ଲଗାଇ ମାଟିରେ ମିଶାଇଛି ପୁରୀ ପୌର ସଂସ୍ଥା । ଉପଜିଲ୍ଲାପାଳଙ୍କ ଦ୍ବାରା ଘଟଣାର ଇନକ୍ବାରି ଚାଲିଥିବାବେଳେ ସାମ୍ନାକୁ ଆସିଛି କିଛି ଗୁଢ଼ ତଥ୍ୟ । ଖୋଲାଖୋଲି ନିୟମ ଉଲ୍ଲଂଘନ କରିଛି ସ୍ପିଡ୍ ବୋଟ୍ ଚଳାଉଥିବା ସଂସ୍ଥା। ମଙ୍ଗଳା ନଈ ମୁହାଣ ପାଖରେ ବୋଟିଂ ପାଇଁ ଅନୁମିତି ମିଳିଥିବାବେଳେ ତାକୁ ଛାଡ଼ି ଉଚ୍ଚ ଜୁଆର ସ୍ଥାନ ଲାଇଟ୍ ହାଉସ ନିକଟରେ ଚଳାଉଥିଲା ବୋଟ୍ । ପର୍ଯ୍ୟଟକଙ୍କ ଜୀବନକୁ ବିପଦରେ ପକାଇ ପଇସା ଲୋଭରେ ଡ୍ରାଇଭର କମ୍ ଯାତ୍ରୀଙ୍କୁ ନେଇ ସମୁଦ୍ର ଭିତରକୁ ଯାଇଥିଲା। ତେଣୁ ଏ ନେଇ ରୁଜୁ ହେବ ମାମଲା ।

ସୌଭାଗ୍ୟକୁ ସିନା କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଓ ଭାଉଜ ଅର୍ପିତାଙ୍କ ସହ ଅନ୍ୟ ବଙ୍ଗୀୟ ପର୍ଯ୍ୟଟକଙ୍କ ଜୀବନ ବଞ୍ଚିଗଲା, ହେଲେ ପୁରୀ ସମୁଦ୍ରରେ କିନ୍ତୁ ସୁରକ୍ଷିତ ସ୍ପିଡ୍ ବୋଟିଂକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଯେମିତିକି ସମୁଦ୍ର ଜୁଆରିଆ ଥିବା ସତ୍ତ୍ବେ ସେଠି ସି ସ୍ପିଡ୍ ବୋଟିଂକୁ ଅନୁମତି ଦେଲା କିଏ ? ପ୍ରଶାସନ ଖାଲି ନାଲି ପତାକା ପୋତି ନିଧୋକା ହୋଇ ବସିଯାଉଛି କାହିଁକି ? ତେଣେ ପର୍ଯ୍ୟଟକଙ୍କ ଅଭିଯୋଗ- ପୁରୀ ସମୁଦ୍ରରେ ନିଇତି ଲକ୍ଷାଧିକ ଲୋକ ସ୍ନାନ କରୁଥିଲେ ବି ସୁରକ୍ଷିତ ସମୁଦ୍ର ସ୍ନାନ ସମ୍ପର୍କରେ ସଚେତନତା ବାର୍ତ୍ତା ଦିଆଯାଉନି।

Advertisment

କେଉଁଠି ସେଫଟି ପ୍ରୋଟକଲ୍ ଫଳକ ଲଗା ଯାଇନି। ଜଣେ ହେଲେ ଲାଇଫ ଜ୍ୟାକେଟ୍ ପିନ୍ଧି ଗାଧୋଉ ନାହାନ୍ତି। ସୁରକ୍ଷାକର୍ମୀ କି ଲାଇଫ୍‌ଗାର୍ଡ କାହାରି ଦେଖା ନଥିବାବେଳେ ସମୁଦ୍ର ଭିତରେ ରେସ୍କ୍ୟୁ ଟିମ୍ ମଧ୍ୟ ପଇଁତରା ମାରୁ ନାହାନ୍ତି । ତେଣୁ ଶନିବାର ଘଟଣା ପରେ କେବଳ ଅସୁରକ୍ଷିତ ସ୍ପିଡ୍ ବୋଟିଂକୁ ନେଇ ପର୍ଯ୍ୟଟକଙ୍କ ମନରେ ଛନକା ପଶିନି, ବରଂ ସମୁଦ୍ର ସ୍ନାନ ପାଇଁ ବି ସେମାନେ ଡରିଲେଣି ବୋଲି କହିଲେଣି ଟୁର ଅପରେଟର । ଏବେ ଦେଖିବାର କଥା ଲାଇଟ୍ ହାଉସ୍ ନିକଟରେ ସ୍ପିଡ୍ ବୋଟ୍ ଅଘଟଣରୁ କି ଶିକ୍ଷା ଲାଭ କରୁଛି ପୁରୀ ପ୍ରଶାସନ ।

ଅଧିକ ପଢ଼ନ୍ତୁ: ପୁଣି ମାର୍କେଟରେ ଯାତ୍ରା କମେଡିଆନ୍ ନରି ପଣ୍ଡା; ସବୁ ଚର୍ଚ୍ଚାକୁ ପଛରେ ରଖି ପୁଣି ମାରିବେ ପାଉଡର୍

Puri Accident Water Sports
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ