Advertisment

Narendra Modi's Odisha Visit: ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ତାରିଖ ସ୍ପଷ୍ଟ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତା ଜୁନ ୨୦ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଦ୍ୟତନ ହୋଇଛି
PM Modi to visit Odisha

PM Modi to visit Odisha

Advertisment

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । 

Advertisment

ରାଜସ୍ୱ ମନ୍ତ୍ରୀ କହିଛନ୍ତି, ‘‘ଆମେ ୧୨ ତାରିଖରେ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଥିଲୁ । ହେଲେ ୨୦ ତାରିଖରେ ଆସିବା ନେଇ ସମୟ ଧାର୍ଯ୍ୟ ହୋଇଛି । ୧୨ ତାରିଖର ମୂଳ କାର୍ଯ୍ୟକ୍ରମ ୨୦ ତାରିଖକୁ ଘୁଞ୍ଚା ଯାଇଛି । ଶେଷ କାର୍ଯ୍ୟକ୍ରମ ୨୦ରେ ଅନୁଷ୍ଠିତ ହେବ । ସ୍ଥାନ ନିରୂପଣ ଚାଲିଛି । ଆଗକୁ ମୁଖ୍ୟମନ୍ତ୍ରୀ ପ୍ରେସ କନଫେରେନ୍ସ କରି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ । ଏହା ପରେ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ ହେବ । ୧୨ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଫାଇନାଲ ସୂଚୀ ଆଜି ସନ୍ଧ୍ୟା ସୁଦ୍ଧା ବାହାରିଯିବ । ’’

ଅଧିକ ପଢନ୍ତୁ: ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

ସୂଚନା ଯୋଗ୍ୟ, ପୂର୍ବରୁ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଏ ନେଇ ୧୨ ତାରିଖରେ ଓଡିଶା ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ହେଲେ ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିବାରୁ ଓଡିଶା ଆସିବା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦେଇଛନ୍ତି ।

Advertisment

ଅଧିକ ପଢନ୍ତୁ: ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ ଲୋକାର୍ପିତ କଲେ ମୋଦି, କାଶ୍ମୀର ପାଇଁ ୪୪ ହଜାର କୋଟିର ପ୍ରକଳ୍ପ

Prime Minister Narendra Modi Suresh Pujari Revenue Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ