Advertisment

ବୀରତ୍ବ ପାଇଁ ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ; ଗଭୀର ପାଣି ତଳେ ୫୫୨ ମିନିଟ୍ ଡାଇଭ...

ଅଦମ୍ୟ ସାହସ...ନିର୍ଭୀକ...ବୀରତ୍ବ ଓ ଶୌର୍ଯ୍ୟକୁ ସମ୍ମାନ। ଆମ୍ବିଆନ୍ସ.. ସଲାମ ଓଡ଼ିଆ ପୁଅ, ଲେଫ୍ଟନାଣ୍ଟ ବିମଳ ରଂଜନ ବେହେରା। ସାହସିକତା ପାଇଁ ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Lt Bimal Ranjan Behera

ବୀରତା ପାଇଁ ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ। ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗତବର୍ଷ ମାର୍ଚ୍ଚରେ ବଙ୍ଗୋପସାଗରରେ ଫସିଥିବା ଏକ ଜାହାଜରେ କଷ୍ଟସାଧ୍ୟ ଅପରେସନକୁ ସଫଳ କରିଦେଖାଇଥିଲେ ବିମଳ। ପ୍ରତିକୂଳ ପରିସ୍ଥିତିରେ ଗଭୀର ସମୁଦ୍ରରେ ବୁଡ଼ି ବିପଜ୍ଜନକ ଡାଇଭିଂ କରି ସମାଧାନ କରିଥିଲେ ଏକ ଜଟିଳ ସମସ୍ୟାର। କେମିତି ଥିଲା ପୁରା ଅପରେସନ, ଆସନ୍ତୁ ଜାଣିବା...

Advertisment

ଅଦମ୍ୟ ସାହସ...ନିର୍ଭୀକ...ବୀରତ୍ବ ଓ ଶୌର୍ଯ୍ୟକୁ ସମ୍ମାନ। ସଲାମ ଓଡ଼ିଆ ପୁଅ, ଲେଫ୍ଟନାଣ୍ଟ ବିମଳ ରଂଜନ ବେହେରା। ସାହସିକତା ପାଇଁ ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ପ୍ରଥମ ନାଗରିକଙ୍କ ଦ୍ବାରା ପୁଅ ସମ୍ମାନିତ ହେବା ମୁହୂର୍ତ୍ତର ସାକ୍ଷୀ ବନି ଗର୍ବରେ ଫୁଲିଉଠିଛି ପିତା-ମାତାଙ୍କ ଛାତି। 

୬ ମାର୍ଚ୍ଚ ୨୦୨୩। ବଙ୍ଗୋପସାଗରରେ ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜ ଆର୍ମଡା ଷ୍ଟର୍ଲିଂ-ଭିରେ ଅପରେସନାଲ୍ ଏମର୍ଜେନ୍ସୀ ନେଇ ରିପୋର୍ଟ କରିଥିଲା ଓଏନ୍‌ଜିସି। ଜାହାଜର ଇନ୍ଧନ ଉତ୍ତୋଳନ ବ୍ୟବସ୍ଥାରେ ମାଛଧରା ଜାଲ ଫସିଯିବାରୁ ହଠାତ୍ ବନ୍ଦ କରିବାକୁ ପଡ଼ିଥିଲା କାମ। ଭାରତୀୟ ନୌସେନାର ସହାୟତା ଲୋଡିଥିଲା ଓଏନଜିସି। ଟିମ୍‌ର ଜଣେ ଲିଡ୍ ଡାଇଭର ଭାବେ ନିର୍ଭୀକତାକର ସହ ଆଗକୁ ବଢ଼ିଥିଲେ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା। ସମୁଦ୍ରରେ କରେଂଟ୍ ମଧ୍ୟରେ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ଟାସ୍କ। ଯେଉଁଠି ଜାହାଜ ଫସିଥିଲା ସେଠାରେ କିଛି ଫୁଟ ଗଭୀରତା ପର୍ଯ୍ୟନ୍ତ ଡାଇଭିଂ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ତଥାପି ବୀରଦର୍ପରେ ଆଗେଇ ଆସିଥିଲେ ବିମଳ। 

Advertisment

୧୨ ମାର୍ଚ୍ଚ ୨୦୨୩। ଦିନ ପ୍ରାୟ ୧୦ଟା। ଗଭୀର ଜଳରାଶିରେ ପ୍ରବେଶ କରିଥିଲେ ବିମଳ। ସାହସିକତାର ସହ ପାଣିର ୧୮ ଫୁଟ ତଳକୁ ଓହ୍ଲାଇଥିଲେ। ପାଣିର ପ୍ରଖର ସୁଅରେ ବିନା ବିଶ୍ରାମରେ ଜାରି ରଖିଥିଲେ ଡାଇଭିଂ। ପାଣି ଭିତରେ ଲୁହା ଚେନରେ କିଛି ସମୟ ଫସିଯାଇଥିଲେ ବି ସଫଳତାର ସହ ଜାହାଜର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ପ୍ରାୟ ୧୦୦ ଫୁଟ୍ ପାର କରିଥିଲେ। ଶେଷରେ ପହଞ୍ଚିଥିଲେ ଟରେଟ୍ ଏରିଆରେ। ୨ଟି ପର୍ଯ୍ୟାୟରେ ୫୫୨ ମିନିଟ୍ ପର୍ଯ୍ୟନ୍ତ ୧୬ ଥର ଡାଇଭ କରି ପୂରଣ କରିଥିଲେ ଚ୍ୟାଲେଞ୍ଜ। ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନକରି ବିମଳ ଯେଉଁ ବୀରତ୍ବ ଓ ସାହସିକତା ଦେଖାଇଥିଲେ ସେଥିପାଇଁ ତାଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ। ସେ ୨୦୧୯ରେ ନୌସେନାରେ ଯୋଗ ଦେଇଥିଲେ। ଏବେ ସେ ବିଶାଖାପାଟଣାରେ କାର୍ଯ୍ୟରତ ଅଛନ୍ତି।

Navy Shaurya Chakra Awardee Shaurya Chakra Navy Officers
Advertisment
Advertisment