Advertisment

President's Odisha visit: ଆଜି ଆସୁଛନ୍ତି ରାଷ୍ଟ୍ରପତି: କଡ଼ା ସୁରକ୍ଷାରେ ରାଜଧାନୀ, ବନ୍ଦ ରହିବ ଏହି ସବୁ ରୁଟ୍‌...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଜଧାନୀରେ ସୁରକ୍ଷା କଡ଼ାକଡ଼ି ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ବି ଜାରି କରିଛି କମିଶନରେଟ ପୋଲିସ । ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ବିଭିନ୍ନ ରୁଟ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିବ ।

President on Odisha visit

President on Odisha visit

Advertisment

ଆସୁଛନ୍ତି ମହାମହିମ। ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସନ୍ଧ୍ୟାରେ ଏମ୍ସ ଭୁବନେଶ୍ବରର ପଞ୍ଚମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ଆସନ୍ତାକାଲି ରେଭେନ୍ସା ବିଶ୍ୱ ବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କୃତ୍ତି ଛାତ୍ରଛାତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଉପାଧି ପ୍ରଦାନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ କାରକେଡ୍ ରିହରସାଲ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୭୦ ପ୍ଲାଟୁନ ଫୋର୍ସ ଓ ୩୦୦ ଅଫିସର ମୁତୟନ ରହିବେ । 

Advertisment

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି ହୋଇଛି । ଏଥିସହ ଟ୍ରାଫିକ କଟକଣା ବି ଜାରି କରିଛି କମିଶନରେଟ ପୋଲିସ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜରୁ କସମୋପଲିସ ଛକ, ଏମ୍ସ ଅଣ୍ଡରପାସ୍ ରାସ୍ତା ବନ୍ଦ ରହିବ। ଏୟାରପୋର୍ଟ ଛକ, କ୍ୟାପିଟାଲ୍ ହସ୍ପିଟାଲ, ଏଜି ଛକ, ରାଜଭବନ ଛକ, ପାୱାର ହାସ୍ ଛକ ଦେଇ ବନ୍ଦ ରହିବ ଗାଡ଼ିମୋଟର ଚଳାଚଳ।

ସେହିପରି ୧୨୦ ବାଟଲିୟନ ଛକ, ଶାସ୍ତ୍ରୀନଗର, ବେହେରା ସାହି, ଜୟଦେବ ବିହାର ଛକରୁ ବାମମୋଡ଼ ଦେଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଏମସ୍ ଅଭିମୁଖେ ଯିବେ ରାଷ୍ଟ୍ରପତି । ଏହି ରାସ୍ତା ସମେତ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍, କସମୋପଲିସ ଛକ, ଏମ୍ସ ଅଣ୍ଡର ପାସ୍, ଏମ୍ସ ଗୋଲେଇ ରାସ୍ତା ବନ୍ଦ କରାଯିବ। ସେହିପରି ସନ୍ଧ୍ୟା ସାଢ଼େ ୬ଟାରୁ ୭ଟା ୫ ମିନିଟ ଭିତରେ ଏମ୍ସରୁ ରାଜଭବନ ରାସ୍ତାରୁ ବନ୍ଦ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଏସବୁ ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତାରୁ ଏହି ରାସ୍ତାକୁ ଆସିପାରିବେ ନାହିଁ । 

Advertisment

ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ

President President Odisha Visit Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ