/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725554946.jpg)
Preparation For festive season
ଆଉ ଦିନକ ପରେ ଆରମ୍ଭ ହେବ ଗଣେଶ ପୂଜା। ଆଉ ତାପରେ ଶାରଦୀୟ ଦୁର୍ଗାପୂଜା । ପାର୍ବଣ ୠତୁ ପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ସହର। ରିହରସାଲ କରିବାରେ ବ୍ୟସ୍ତ ମେଲୋଡି କଳାକାର। ଦର୍ଶକଙ୍କୁ ଯେପରି ସେମାନଙ୍କ ଗୀତ ପସନ୍ଦ ଆସିବ, ସେଥିପାଇଁ ଦିନରାତି ଏକ୍ କରି ଲାଗି
ପଡିଛନ୍ତି କଳାକାର । ଚାଲିଛି ଅଭ୍ୟାସ- ସୁର, ଲୟ, ତାଳ ଯେମିତି ଠିକ୍ ରହିବ, ସେଥିପାଇଁ ପୁରା ଟିମ୍ ଲାଗି ପଡିଛନ୍ତି ।
କୋଉ ଗୀତ ଟ୍ରେଣ୍ଡ କରୁଛି, କୋଉଟା ଦର୍ଶକଙ୍କୁ ପସନ୍ଦ କରିବ, ସେ ଦିଗରେ ରିସର୍ଚ୍ଚ କରି ଚାଲିଛି ଅଭ୍ୟାସ।ରାତି ଦିନ ଏକ୍ କରି ଦର୍ଶକଙ୍କୁ ମନୋରଞ୍ଜନ ଖୁରାକ ଯୋଗାଇବାରେ ଯେମିତି କେଉଁଠି କିଛି କମ୍ ନ ହୋଇଯାଏ, ସେଥିପାଇଁ କଟକର ବିଭିନ୍ନ ମେଲୋଡି ପାର୍ଟିର ଇଏ ହେଉଛି ପ୍ରସ୍ତୁତି । ବାଦାମବାଡ଼ି, ଦୋଳମୁଣ୍ଡାଇ, ପାଲାମଣ୍ଡପ ଆଦି ଅଞ୍ଚଳର ଥିବା ଆଗଧାଡ଼ିର ମେଲୋଡ଼ି ପାର୍ଟି ଗୁଡ଼ିକ ପକ୍ଷରୁ ଏଥିପାଇଁ ଅଭ୍ୟାସକୁ ଜୋରଦାର କରାଯାଇଛି ।
ହାତରେ କମ୍ ସମୟ ଥିବାରୁ ଉଭୟ ସଡ଼ିଆ, ସମ୍ବଲପୁରୀ ସହ ଟ୍ରେଣ୍ଡ କରୁଥିବା ହିନ୍ଦୀ ଗୀତ ଉପରେ ଫୋକସ୍ ରଖିଛନ୍ତି କଳାକାର । କେବଳ କଟକ ନୁହେଁ ବରଂ ରାଜ୍ୟ ବାହାରକୁ ଚଳିତ ମାସଠୁ ମେଲୋଡି ଟିମ ପ୍ରୋଗ୍ରାମ କରିବାକୁ ଯିବେ । ସେଥିପାଇଁ ଦୀର୍ଘ ଦେଢ଼ ମାସ ଧରି ପ୍ରସ୍ତୁତି କରି ୭୦ରୁ ଉର୍ଦ୍ଧ୍ୱ ଟ୍ରେଣ୍ଡରେ ଥିବା ଗୀତ ଅଭ୍ୟାସ କରୁଛନ୍ତି କଳାକାର। ପୂଜା ବଜାରକୁ ଜମେଇବାକୁ ଅଭ୍ୟାସ ଚଳେଇଛନ୍ତି ମେଲୋଡି ପାର୍ଟି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)