Advertisment

ରତ୍ନଭଣ୍ଡାର ତଦାରଖ କରି ଫେରିଲେ ବିଶେଷଜ୍ଞ ଟିମ୍; ବଡ଼ କଥା କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି।

ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

Advertisment

ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ।  ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଛନ୍ତି। ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Advertisment

କହିଛନ୍ତି, ଆଜିର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇନି। ଆଗକୁ ରାଡାର ସର୍ଭେ ହେବ। ଗ୍ରାଉଣ୍ଡ ପେନେଟ୍ରେଟିଂ ରାଡାର୍ ସର୍ଭେ କରାଯିବାକୁ ସ୍ଥିର କରାଯାଇଛି। ସମସ୍ତ ଯାଞ୍ଚ ସରିବା ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

ସେହିପରି ASI ଏଡିଜି କହିଛନ୍ତି, ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ଏଏସଆଇ ମରାମତି କାମ କରିବ। କାମ ଅଧା ଅଛି, ଟିମ୍ ପୁଣି ଆସିବ। ତେବେ ସୁଡ଼ଙ୍ଗ ଥିବା ନେଇ ସେଭଳି କୌଣସି ଲକ୍ଷଣ ଦେଖିପାରିଲୁନି ବୋଲି ASI ଏଡିଜି ସ୍ପଷ୍ଟ କରିଥିବାବେଳେ ଆଜିର ଯାଞ୍ଚରେ କୌଣସି ନିର୍ଯାସରେ ପହଞ୍ଚି ପାରିଲୁନି ବୋଲି ଜଷ୍ଟିସ ରଥ ରାଡାର ସର୍ଭେ ପରେ ଚୂଡ଼ାନ୍ତ ରିପୋର୍ଟ ମିଳିବ କହିଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ତା’ସହ କହିଛନ୍ତି, ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ। କାରଣ ୨୫ ତାରିଖରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେଉଥିବାରୁ ଆଉ ସର୍ଭେ କାମ କରିହେବ ନାହିଁ।

Advertisment
Puri Srimandir Lord Jagannath Ratna Bhandar Puri Ratna Bhandar Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ