Advertisment

Prashant Satpathy Attack: ଆତଙ୍କୀ ହମଲା: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମରଶରୀର

ଗତକାଲି ପହଲଗାମରେ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ପ୍ରଶାନ୍ତ ଶତପଥୀ। ପତ୍ନୀ ଓ ପୁଅଙ୍କ ସହ ବୁଲୁଥିବା ବେଳେ ସେମାନଙ୍କ ସାମ୍ନାରେ ହିଁ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ। ଆଉ ସେଇଠି ଟଳି ପଡିଥିଲେ ପ୍ରଶାନ୍ତ। ତାଙ୍କ ଘର ବାଲେଶ୍ୱର ସଦର ଅଞ୍ଚଳରେ।

ଅଦ୍ୟତନ ହୋଇଛି
Naxal Attack

Naxal Attack

Advertisment

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଆଜି ଜାମ୍ମୁ-କାଶ୍ମୀରରୁ ଓଡ଼ିଶା ଆସିବ। ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହ ଆଣିବାକୁ ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ଣ ୨ଟା ୩୫ରେ ତାଙ୍କ ମୃତଦେହ ଶ୍ରୀନଗରରୁ ଦିଲ୍ଲୀ ଆସିବ। ପରେ ରାତି ୯ଟା ୪୫ରେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯିବା ନେଇ ଦିଲ୍ଲୀସ୍ଥିତ ରେସିଡେଣ୍ଟ କମିଶନର ସୂଚନା ଦେଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ:ପହଲଗାମରେ ହମଲା; ଏହି ଆତଙ୍କୀ ସଂଗଠନ କଲା ନିଜକୁ ଦାୟୀ

ଗତକାଲି ପହଲଗାମରେ ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ପ୍ରଶାନ୍ତ ଶତପଥୀ। ପତ୍ନୀ ଓ ପୁଅଙ୍କ ସହ ବୁଲୁଥିବା ବେଳେ ସେମାନଙ୍କ ସାମ୍ନାରେ ହିଁ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ। ଆଉ ସେଇଠି ଟଳି ପଡିଥିଲେ ପ୍ରଶାନ୍ତ। ତାଙ୍କ ଘର ବାଲେଶ୍ୱର ସଦର ଅଞ୍ଚଳରେ।

ପରିବାର ସହ ବୁଲିବାକୁ ଯାଇଥିଲେ ପ୍ରଶାନ୍ତ। ତାଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖଳିଯାଇଛି। ମୋ ଭାଇ ନାହିଁ, ମୁଁ ଆଉ କାହା ସହ କଥା ହେବି ବୋଲି କାନ୍ଦି କାନ୍ଦି କହିଛନ୍ତି ମୃତ ପ୍ରଶାନ୍ତଙ୍କ ଭାଇ। 

Advertisment

ଅନ୍ୟପକ୍ଷରେ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଶାନ୍ତ ଶତପଥୀଙ୍କ ମରଶରୀର ଫେରାଇ ଆଣିବାର ବନ୍ଦୋବସ୍ତ କରାଯିବ। ଏଥିପାଇଁ ଦିଲ୍ଲୀ ସ୍ଥିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ପ୍ରଶାନ୍ତଙ୍କ ପରିବାର ସହିତ କଥା ହୋଇ ସମସ୍ତ ପ୍ରକାରର ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। 

Advertisment

ଅଧିକ ପଢ଼ନ୍ତୁ: ଆତଙ୍କୀ ହମ୍‌ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

Balasore Naxal Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ