Advertisment

‘ଆମର ସ୍ୱାଭିମାନ ଅଛି, ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ’

ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା ।

ଅଦ୍ୟତନ ହୋଇଛି
undefined

Potatoes

Advertisment

ପଞ୍ଜାବରୁ ଆସିବ ଆଳୁ। ଆଳୁ ସଙ୍କଟର ସମାଧାନ ପାଇଁ ଦରକାର ହେଲେ ପଞ୍ଜାବରୁ ଆଳୁ ମଗାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ଏବେ ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଶୀଘ୍ର ପଚିଯାଉଥିବା ନେଇ ଯାହା କୁହାଯାଉଛି ତାହା ମିଛ କଥା । ଓଡ଼ିଶାରେ ବିକ୍ରି ହେଉଥିବା ୟୁପି ଆଳୁର କ୍ବାଲିଟି ବହୁତ ଭଲ। ତେବେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ। ଅପରପକ୍ଷେ ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି କହିଛନ୍ତି ମନ୍ତ୍ରୀ।

Advertisment

ଅଧିକ ପଢନ୍ତୁ : ୟୁପିରୁ ଆଳୁ ଆଣି ଦିଦିଙ୍କୁ ଚେକ୍; ଓଡ଼ିଶାକୁ ଆଉ ନାଲି ଆଖି ଦେଖାଇପାରିବନି ବେଙ୍ଗଲ...

ଏପଟେ ଆଳୁ ପାଇଁ ଆଉ ଓଡ଼ିଶାକୁ କେହି କରି ପାରିବେନି ବ୍ଲାକମେଲ୍ । ଉତ୍ତରପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗକୁ ଚେକ୍ ଦେବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ ଯେ,  ଆଳୁ ପାଇଁ ପଶ୍ଚିମବଙ୍ଗ ସରକାର ବହୁତ ହଇରାଣ କରୁଛନ୍ତି, ବେପାରୀଙ୍କୁ ଦୁର୍ବ୍ୟବହାର କରାଯାଉଛି । ସୀମାରେ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ମୋଟା ଅଙ୍କର ଟଂକା ନେଇ ଆଳୁ ଗାଡି ଛାଡ଼ୁଛି । ସେଥିପାଇଁ  ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଛି। ଧୀରେ ଧୀରେ ପଶ୍ଚିମବଙ୍ଗରୁ ପୂରା ଆଳୁ ଆଣିବା ଠପ୍ କରାଯିବ। 

Advertisment

ଆଳୁ ଉତ୍ପାଦନରେ ୟୁପି ଏକ ନମ୍ବରରେ ରହିଛି, ହେଲେ ସେଠୁ ଆଳୁ ଆଣିଲେ ପଶ୍ଚିମବଙ୍ଗ ଆଳୁଠାରୁ ଦର୍ ଟିକେ ଅଧିକ ରହୁଛି । କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ଅଧିକ ପଡ଼ିବା ଆଶଙ୍କା ରହିଛି। ପଶ୍ଚିମବଙ୍ଗରୁ ଆଳୁ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ପଡୁଥିବା ବେଳେ ୟୁପିରୁ ଆଣିଲେ ୨୭୦୦ ଟଙ୍କା ପଡୁଛି । କାହିଁକି ନା ଆଳୁ ଦାମ ସମାନ ଥିଲେ ବି ଟ୍ରାନ୍ସପୋର୍ଟ ବାବଦକୁ ଅଧିକ ଖର୍ଚ୍ଚ ହେଉଛି। 

Advertisment

Potatoes Potato Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ