Advertisment

Elephant Menace: ସଂଜ ଗଡ଼ିଲେ ଗଡୁଛନ୍ତି ହାତୀ...ଆଳୁଚାଷରୁ ମୁହଁ ଫେରାଉଛନ୍ତି ନୀଳଗିରି ଚାଷୀ

ହଟିକଲଚର ବିଭାଗ ସହ ଯୋଗାଯୋଗ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଆଣି ସବୁ ଗଜା କରାଇବା ସହ ଏକର ଏକର ଜମିରେ ଖତ ପକାଇ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ନିଇତି ସଞ୍ଜ ବାଜିବା କ୍ଷଣି ଏବେ ହାତୀ କ୍ଷେତ ମୁହାଁ ହେଉଛନ୍ତି। ଆଳୁ ଲଗାଇଲେ ନଷ୍ଟ ହବା ଥୟ ବୋଲି ଜାଣିବା ପରେ ଆଳୁ ଲଗାଇବାକୁ ଡ଼ରୁଛନ୍ତି ଚାଷୀ।

ହାତୀ ଆତଙ୍କ ପାଇଁ ଆଳୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ହାତୀ ଆତଙ୍କ ପାଇଁ ଆଳୁଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

Advertisment

ଧାନଚାଷ ପରେ ଫାଙ୍କା ପଡ଼ୁଥିବା ଚାଷଜମିରେ ଏବେ ଆଳୁ ଫଳାଇବାକୁ ମନ କରିଛନ୍ତି ନୀଳଗିରି ଅଞ୍ଚଳର ଚାଷୀ। କିଏ ବ୍ୟାଙ୍କ ଚାକିରିରୁ ଅବସର ପରେ ତ କିଏ ଶିକ୍ଷକତାରୁ ଅବସର ପରେ ଆଳୁଚାଷ ପାଇଁ ମନ ବଳାଇଛନ୍ତି। ଏହାର ଏକମାତ୍ର କାରଣ ହେଉଛି, ରାଜ୍ୟରେ ଆଳୁ ସଙ୍କଟ। ରାଜ୍ୟ ସରକାରଙ୍କ ଆଳୁ ମିଶନରେ ସାମିଲ ହୋଇ କୁଇଣ୍ଟାଲ କୁଇଣ୍ଟାଲ ଆଳୁ ବିହନ ଗଜା କରି ସାରିଛନ୍ତି। ଜମି ବି ହଳ ହୋଇ ଖତପଡି ପ୍ରସ୍ତୁତ ହୋଇସାରିଛି, ହେଲେ ଏବେ ଭୟ କରୁଛନ୍ତି ବିହନ ଲଗାଇବାକୁ । କାରଣ ଅଞ୍ଚଳରେ ନିଇତି ହାତୀ ଉପଦ୍ରଵ ରଚୁଥୁବା ଯୋଗୁ ବିହନ ଗଜାକରି ବି ମନ ଭାଙ୍ଗିବସିଛନ୍ତି ବହୁ ଆଶାୟୀ ଆଳୁ ଚାଷୀ। ଏଭଳି ପରିସ୍ଥିତିରେ ଖରାପ ହେବାରେ ଲାଗିଲାଣି ଗଜା ଆଳୁ। 

Advertisment

ଏବେ ପଶ୍ଚିମବଙ୍ଗ ଆଳୁକୁ ନଅନାଇ ନିଜେ ଆଳୁ ଚାଷକରି ଖାଇବା ସହ ବିକିବା ଉଦ୍ଦେଶ୍ୟରେ ନୀଳଗିରି ଅଞ୍ଚଳର ବହୁଚାଷୀ ଆଗଭର ହୋଇଛନ୍ତି। ସରକାରୀ ସହଯୋଗ ପାଇ ସବସିଡରେ ବିହନ ଆଣି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ବିହନ ଗଜାକରି ଘରେ ରଖିଛନ୍ତି। କିନ୍ତୁ ଚାଷ କରିବା ପୂର୍ବରୁ ଏବେ ଘାରିଛି ସଭିଙ୍କୁ କୁଳଡିହା ଦନ୍ତା ହାତୀର ଚିନ୍ତା.

ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ହାଟସାହି ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଗୋଲକ ଜେନା। ଏହି ଅଞ୍ଚଳରେ ଧାନଚାଷ ପରେ ଚାଷୀମାନେ ଆଉ କୌଣସି ଚାଷ କରୁନଥିବାରୁ ସେମାନଙ୍କୁ ଏକଜୁଟ କରି ଗ୍ରାମର ବହୁ ଚାଷଜମିରେ ସରକାରୀ ସହଯୋଗରେ ଉଠା ଜଳସେଚନ ବ୍ୟବସ୍ଥା କରାଇ ଚାଷୀଙ୍କୁ ଚଳିତବର୍ଷ ପ୍ରଥମ କରି ଆଳୁଚାଷ କରାଇବାକୁ ପ୍ରବର୍ତ୍ତାଇଥିଲେ ଓ ନିଜେବି କରିବାକୁ ମନସ୍ତ କରିଥିଲେ।

Advertisment

ହଟିକଲଚର ବିଭାଗ ସହ ଯୋଗାଯୋଗ କରି କୁଇଣ୍ଟାଲ କୁଇଣ୍ଟାଲ ଆଳୁ ଆଣି ସବୁ ଗଜା କରାଇବା ସହ ଏକର ଏକର ଜମିରେ ଖତ ପକାଇ ପ୍ରସ୍ତୁତ କରିସାରିଛନ୍ତି, କିନ୍ତୁ ନିଇତି ସଞ୍ଜ ବାଜିବା କ୍ଷଣି ଏବେ ହାତୀ କ୍ଷେତ ମୁହାଁ ହେଉଛନ୍ତି। ଆଳୁ ଲଗାଇଲେ ନଷ୍ଟ ହବା ଥୟ ବୋଲି ଜାଣିବା ପରେ ଆଳୁ ଲଗାଇବାକୁ ଡ଼ରୁଛନ୍ତି ଚାଷୀ।

ଗଜାଆଳୁ ପ୍ରସ୍ତୁତ ହୋଇ ଖରାପ ହେବାକୁ ବସିଥିବା ବେଳେ ହାତୀଯୋଗୁ କଣ କରିବେ କିଛି ବୁଦ୍ଧିବାଟ ଦିଶୁନଥୁବା କହିଛନ୍ତି ଚାଷୀ।

Advertisment

ତେବେ ଏ ସମସ୍ତ ଅସୁବିଧା ନେଇ ଆମେ କୁଳଡିହା ରେଞ୍ଜରଙ୍କୁ ଯୋଗାଯୋଗ କରିଥିଲୁ । ସେ ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ପ୍ରସ୍ତୁତ ଅଛନ୍ତି ବୋଲି କହିବା ସହ ଚାଷୀଙ୍କୁ ଭାଗିଦାର କରାଇ ସୋଲାର ଫେନସିଂ କରାଇବା ପାଇଁ ଉଦ୍ୟମ କରିବା କଥା କହିଛନ୍ତି।

Farmers Elephant Menace Nilagiri Potatoes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ