Advertisment

No House for Poor: ଯାହାର କିଛି ନାହିଁ, ତାକୁ ମିଳୁନି ଘର...ଥିଲାବାଲାଙ୍କୁ ଯାହାକୁ ଯେତେ !

ଗରିବ, ଅସହାୟ, ଭିନ୍ନକ୍ଷମ, ବିଧବା ଭଳି ନିମ୍ନବିତ୍ତ ମାନଙ୍କ ପାଇଁ ରହିଛି ଆବାସ ଯୋଜନା । ହେଲେ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳୁନଥିବା ବେଳେ ଅଯୋଗ୍ୟ ହାତେଇ ନେଇଥିବା ଅଭିଯୋଗ ହେଉଛି। ଗଂଜାମ ବେଲଗୁଣ୍ଠା ବ୍ଲକରୁ ଦେଖିବା ରିପୋର୍ଟ।

ଅଦ୍ୟତନ ହୋଇଛି
ଗରିବଙ୍କୁ ମିଳୁନି ଘର

ଗରିବଙ୍କୁ ମିଳୁନି ଘର

Advertisment

ନଜର ପକାନ୍ତୁ ଏହି ଘରକୁ। ଟିଣ ପଡିଛି ତା’ ଉପରେ ପୁଣି ପଲିଥିନ ଟଣା ଯାଇଛି । ଝାଟି ମାଟି ଦେଇ ବାଉଁଶ ରେ ତିଆରି ହୋଇଛି ଘର। ଅଳ୍ପ ବର୍ଷା ହେଲେ ପାଣିରେ ଭିଜି ଯାଉଛି ଘର । ବହୁତ ପୁରୁଣା ଘର ହୋଇଥିବାରୁ ଟିଣ ଉଠିଗଲାଣି । ଏ ହେଉଛି ବେଲଗୁଣ୍ଠା ବ୍ଲକ ମଙ୍ଗଳପୁର ଗ୍ରାମର ଜାଇ ପାତ୍ରଙ୍କ ଘର । ଏହି ଭଙ୍ଗା ଦଦରା ଘରେ ଦୁଇ ଝିଅ ଓ ଶାଶୁଙ୍କ ସହ ଜୀବନ ଯାପନ କରୁଛନ୍ତି । ସ୍ୱାମୀ ଆରପାରକି ଚାଲିଯିବା ପରେ ପୁରୁଷ ଶୂନ୍ୟ ହୋଇପଡିଛି ଘର ।

Advertisment

ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଅନେକ ବର୍ଷ ହେଲା ସରକାରୀ ବାବୁଙ୍କୁ ଗୁହାରି କରିକରି ଥକି ପଡିଲେଣି। ହେଲେ କେହି ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି । ଜାଇ ପାତ୍ରଙ୍କ ଭଳି ଅନେକ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ସମାନ ସ୍ଥିତି ଏହି ଗାଁର ସଦା ଜେନାଙ୍କର।ପତ୍ନୀଙ୍କ ବିୟୋଗ ପରେ ଝିଅମାନେ ଶାଶୁ ଘର ଚାଲି ଗଲେ। ଏବେ ଏକାକୀ ହୋଇପଡିଛନ୍ତି ।

ପୁରୁଣା ଘରଟି ଭାଙ୍ଗି ଯାଇଥିବା ବେଳେ ଭାରି କଷ୍ଟରେ ଏକ ବଖରା ଘରେ ରହୁଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ସହ ରାସନ କାର୍ଡ଼ରେ ଚାଉଳ ମିଳୁଛି। ସେଥିରେ କଷ୍ଟେ ମଷ୍ଟେ ଜୀବନ ବିତୁଛି । ଭଙ୍ଗା ଘରେ ରହିବା ସମ୍ଭବ ହେଉନଥିବାରୁ ଆବାସ ଖଣ୍ଡେ ପାଇଁ ବାରମ୍ବାର ଆବେଦନ କଲେଣି। ଲିଷ୍ଟରେ ନାମ ଥିବା ସତ୍ୱେ ବି ବ୍ଲକ ପ୍ରଶାସନ ଦେଉନଥିବା ଅଭିଯୋଗ ହୋଇଛି।

Advertisment

ରାଜ୍ୟରେ ଅସହାୟ ଓ ବାସହିନଙ୍କୁ ଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଗୃହ ଯୋଜନା କରାଯାଇଛି। ବର୍ତମାନ ଅନ୍ତୋଦୟ ଗୃହ ଯୋଜନାରେ ଠିକ ଭାବରେ ସର୍ଭେ କରାଯାଇନି । ବେଲଗୁଣ୍ଠା ବ୍ଲକ ପ୍ରଶାସନର ପାତରଅନ୍ତର ନୀତି ଯୋଗୁ ଅଯୋଗ୍ୟଙ୍କୁ ଏହି ଯୋଜନାରେ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଯୋଗ୍ୟ ବାଦ ପଡିଛନ୍ତି । ସରକାର ଏଥିପ୍ରତି ନଜର ଦେବାକୁ ଦାବି ହୋଇଛି ।

ବେଲଗୁଣ୍ଠା ବ୍ଲକ ବିଡ଼ିଓଙ୍କୁ ଏ ସମ୍ପର୍କରେ ବୁଝିବାକୁ ଚେଷ୍ଟା କରିଥିଲୁ ହେଲେ ସେ ଫିଲଡ଼ରେ ଥିବା କହି ଉତ୍ତର ଦେଇନଥିଲେ । ଭଂଜନଗର ଉପଜିଲ୍ଲାପାଳଙ୍କୁ ବୁଝିବାରୁ ଘଟଣା ସମ୍ପର୍କରେ ବ୍ଲକ ବିଡ଼ିଓଙ୍କ ସହ ଆଲୋଚନା କରି ଯୋଗ୍ୟ ହୋଇଥିଲେ ନିଶ୍ଚିତ ଅନ୍ତୋଦୟ ଯୋଜନାରେ ଆବାସ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Advertisment
Ganjam Block Office Odisha Housing Scheme Abash Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ