Advertisment

Father Consumed Poison: ପୁଲିସର ନିଷ୍କ୍ରିୟତା, ବିଷ ପିଇ ବାପା ଗୁରୁତର

ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଚକଡ଼ା-ଗଗୁଆ ଗ୍ରାମରୁ ଏଭଳି ଅଭିଯୋଗ ଆସିଛି । ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ନିଜ ଅପହୃତା ଝିଅକୁ ନପାଇ ବିଷ ପିଇ ବାପା ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
ବିଷପିଇ ଗୁରୁତର

ବିଷପିଇ ଗୁରୁତର

Advertisment

ବାଲେଶ୍ଵର ଛାତ୍ରୀ ମୃତ୍ୟୁ ଘଟଣା ନେଇ ରାଜ୍ୟରେ ନିଆଁ ଥମି ନଥିବା ବେଳେ କେନ୍ଦ୍ରାପଡାରେ ସମାନ ଘଟଣାର ପୁନରାବୃତ୍ତି ହେବାର ଆଶଙ୍କା ଦେଖା ଦେଇଛି। ଅପହୃତା ନାବାଳିକା ଝିଅକୁ ଉଦ୍ଧାର ପାଇଁ ପୁଲିସ ପାଖରେ ଗୁହାରି କରି ନ୍ୟାୟ ନପାଇବାରୁ ଶେଷରେ ବାପା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଚକଡ଼ା-ଗଗୁଆ ଗ୍ରାମରୁ ଏଭଳି ଅଭିଯୋଗ ଆସିଛି । ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ନିଜ ଅପହୃତା ଝିଅକୁ ନପାଇ ବିଷ ପିଇ ବାପା ଜୀବନ ହାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତି ସୁଦ୍ଧା ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁଯାୟୀ, ଗତ ମେ ମାସ ୨୭ ତାରିଖରେ ମହାକାଳପଡ଼ା ବ୍ଳକ ତଥା ତନ୍ତିଆ ଆପାଳ ସାମୁଦ୍ରିକ ଥାନା ଅଧୀନ ଚକଡ଼ା-ଗଗୁଆ ଗ୍ରାମର କଳ୍ପତରୁ ଓଝାଙ୍କ ନାବାଳିକା ଝିଅଙ୍କୁ ସେହି ଗ୍ରାମର ଚଗଲା ଓରଫ ରାଜେନ୍ଦ୍ର ଜେନା ଅପହରଣ କରିନେଇଥିଲେ। ଏନେଇ କଳ୍ପତରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ହେଲେ ସ୍ଥାନୀୟ ଆଇଆଇସି ତାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇନଥିଲେ । କେବଳ ମାମଲାଟିଏ ରୁଜୁ କରି ଚୁପ୍ ବସିଯାଇଥିଲେ । ସ୍ଥାନୀୟ ପୁଲିସଠାରୁ ଉପେକ୍ଷିତ ହୋଇ ପୀଡ଼ିତ ପରିବାର ନ୍ୟାୟ ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ଗୁହାରି କରିଥିଲେ। ଏସପି ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଫଳ ଶୂନ। ଏ ସମ୍ପର୍କରେ କଳ୍ପତରୁ ବିଭିନ୍ନ ଫୋରମରେ ରାଜନେତା ଠାରୁ ପ୍ରଶାସନିକ ଅଧିକାରୀ ପଯ୍ୟନ୍ତ ଗୁହାରି କରି ବିଫଳ ହୋଇଥିଲେ। ଶେଷରେ ନିରାଶ ହୋଇ ବିଷ ପିଇ ଦେଇଥିଲେ। ତେବେ ଏ ସଂପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Police Inaction Poison Man Consumes Poison Kidnapped Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ