/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725973395.jpg)
Polavaram project
ତେଜିଲା ପୋଲାଭରମ ରାଜନୀତି । ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବିରୋଧୀ ଦଳ ନେତା ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବା ପରେ ପୋଲାଭରମ ପ୍ରକଳ୍ପ ରାଜ୍ୟର କ୍ଷତି କରିବ ବୋଲି କହି ବର୍ଷିଛି । ଟିମ୍ ର ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, ଏହି ପ୍ରକଳ୍ପ ଯୋଗୁଁ ମାଲକାନାଗିରି ଜିଲ୍ଲାର ଶହ ଶହ ଗାଁ ପ୍ରଭାବିତ ହେବ । ୨୦୨୨ରେ ବିଜେଡି ସରକାର ଏନେଇ ଆସେସମେଣ୍ଟ କରିଥିଲେ । ସେହି ଅଞ୍ଚଳରେ ଜୀବନ ଜୀବିକା ଉଜୁଡିଯିବ ବୋଲି ଦେବୀ କହିଛନ୍ତି ।
ଗୋଦାବରୀ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ଖୋଲା ଉଲ୍ଲଂଘନ କରାଯାଇଥିବା ବିଜେଡି ଅଭିଯୋଗ କରିଛି । ଗ୍ରାଉଣ୍ଡରୁ ତଥ୍ୟ ସଂଗ୍ରହ କରି ଟିମ୍ ଏହି ରିପୋର୍ଟ ଦଳ ସୁପ୍ରିମୋଙ୍କୁ ଦେଇଛି । ଓଡିଶାର ଦାବିକୁ କେନ୍ଦ୍ର ଅଣଦେଖା କରିଥିବା ବିଜେଡି କହି ଆଗାମୀ ଦିନରେ ଏହି ଦାବିକୁ ଆହୁରି ଆଗକୁ ନିଆଯିବ ବୋଲି କହିଛି ବିଜେଡି । ବିଜେଡିର ଏହି ଦାବିକୁ କାଉଣ୍ଟର କରିଛି ବିଜେପି ।
ମାଲକାନଗିରି ବିଜେପି ବିଧାୟକ ନରସିଂହ ମାଡକାମୀ କହିଛନ୍ତି, ପ୍ରକଳ୍ପ ଆରମ୍ଭ ହେବା ସମୟରେ ବିଜେଡି ସରକାର ଏହାକୁ ଠିକ୍ ଭାବେ ବିରୋଧ କରିବାର ଥିଲା । ତେବେ ଏହି ପ୍ରକଳ୍ପ ଦ୍ବାରା ଗୋଟିଏ ପଞ୍ଚାୟତର ୫ଟି ଗାଁ କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ନରସିଂହ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)