Advertisment

୪ ମାସ ତଳର ରାସ୍ତା, ହାତ ମାରିଲେ ପିଚୁ ଉଠିଯାଉଛି !

ରାସ୍ତା ଦେଖି ଅସନ୍ତୋଷ ପ୍ରକାଶ କଲେ, ବିଭାଗୀୟ ଅଧିକାରୀଙ୍କୁ ବିଗିଡ଼ିଥିଲେ ।

Road Problem

Road Problem

Advertisment

PMGSY ରାସ୍ତାକୁ ଦେଖି ଆବାକ ହେଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ। ୪ ମାସ ତଳେ ନିର୍ମାଣ ହୋଇଥିବା ରାସ୍ତା କେମିତି ହାତ ମାରିଲେ ପିଚୁ ଉଠିଯାଉଛି, ତାକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ତା’ସହ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କ ଉପରେ ବିଗିଡ଼ିଥିଲେ ବିଧାୟକ । ଏଭଳି ନିମ୍ନମାନର କାମ ପାଇଁ ଯେଉଁ ଅଧିକାରୀ କିମ୍ବା ଠିକାଦାର ଦାୟୀ, ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ ବିଧାୟକ ଗୌରୀଶଙ୍କର ମାଝୀ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ନଚେତ ବିଧାନସଭାରେ କଥା ଉଠାଇବେ ବୋଲି କହିଛନ୍ତି। ନନ୍ଦାହାଣ୍ଡି ବ୍ଲକ ଖୁଣ୍ଟିଆ ଛକ ନିକଟରେ ନିର୍ମିତ ହୋଇଛି PMGSY ରାସ୍ତା। ଖୁଣ୍ଟିଆ ଛକରୁ ଡେଙ୍ଗାତୁଟାଗୁଡା ରାସ୍ତା ନବରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ତିଆରି କରାଯାଇଛି। ୨ କୋଟି ୩୦ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ରାସ୍ତା। ଗତ ୨୦୨୨ ମସିହା ନଭେମ୍ବର ୧୨ରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ଜୁନରେ ଶେଷ ହୋଇଥିବା ଦର୍ଶାଯାଇଥିଲା। ବାସ୍ତବରେ କିନ୍ତୁ, ଗତ ମେ’ରେ ନିର୍ମାଣ କାର୍ଯ୍ୟ ସରିଥିବା କୁହାଯାଉଛି।

Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ