ଆବାସ ହିତାଧିକାରୀଙ୍କୁ ମାଗଣା ବାଲି
ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି । ମାଗଣାରେ ଦୁଇ ଟ୍ରାକ୍ଟର୍ ବାଲି ଦେବେ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ହିତାଧିକାରୀମାନେ ଯେଭଳି ଘର ତିଆରି କରିବାକୁ ଶସ୍ତାରେ ବାଲି ପାଇବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି । ଏନେଇ ପରମିଟ୍ ଇସ୍ୟୁ କରାଯିବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି ।
ଅଧିକ ପଢ଼ନ୍ତୁ: ମିଳିଲା ସବୁଜ ସଙ୍କେତ, ପାରାଦୀପକୁ ଚାଲିବ ଯାତ୍ରୀବାହୀ ଜାହାଜ
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, ହାଇଓ୍ୱା ବଦଳରେ ବାଲି ଉଠାଣ ପାଇଁ ଅନ୍ୟ ଗାଡ଼ି ବ୍ୟବହାର କରାଯିବ । ହାଇୱା ବ୍ୟବହାର ଦ୍ବାରା ପ୍ରଧାନମନ୍ତ୍ରୀ ସଡ଼କ କ୍ଷତିଗ୍ରସ୍ତ ହେଉଛି । ଏଣୁ ବାଲି ଉଠାଣ ପାଇଁ କେଉଁ ଗାଡ଼ି ବ୍ୟବହାର ହେବ ଓ କେତେ ବାଲି ଉଠାଇପାରିବେ ଏଥିପାଇଁ ଏସଓପି ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି ।
ସେହିପରି କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ଘଟଣା ଆଦୌ ସ୍ୱାଭାବିକ ନୁହେଁ । ସରକାରୀ ଅଧିକାରୀଙ୍କୁ ଯେଉଁଭଳି ଭାବେ ବାଲି ମାଫିଆ ଆକ୍ରମଣ କଲେ ତାହା ଗ୍ରହଣୀୟ ନୁହେଁ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନେବା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ରାଜ ଧର୍ମରେ କାହାରି ମୁହଁ ଦେଖାଯାଏ ନାହିଁ । ଓଡ଼ିଶାକୁ ବିହାର କି ବେଙ୍ଗଲ କରିବାକୁ ଦିଆଯିବ ନାହିଁ। ବାଲି ମାଫିଆ ଓ ଚୋରି ପାଇଁ ଏସ୍ଓପି ଆସିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749285496.jpg)