Advertisment

PM Modi’s Carcade: ଆମ୍ବୁଲାନ୍ସକୁ ବାଟ ଛାଡ଼ିଲା ପିଏମ୍‌ ମୋଦିଙ୍କ କାରକେଡ୍

ଜନତା ମୈଦାନରୁ ବିମାନ ବନ୍ଦର ଯାଉଥିବା ସମୟରେ ସେହି ରାସ୍ତାରେ ହଠାତ୍‌ ଏକ ଆମ୍ବୁଲାନ୍ସ ଆସିଥିଲା । ଆଉ ସେହି ଆମ୍ବୁଲାନ୍ସକୁ ଦେଖିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ଆମ୍ବୁଲାନ୍ସକୁ ଯିବା ପାଇଁ ବାଟ ଛାଡ଼ିଥିଲେ ।

ଆଗେ ଆମ୍ବୁଲାନ୍ସ

ଆଗେ ଆମ୍ବୁଲାନ୍ସ

Advertisment

ପ୍ରଧାନମନ୍ତ୍ରୀଙ୍କ ମାତ୍ର କେଇ ଘଣ୍ଟାର ଗସ୍ତ ପାଇଁ ଆଜି ପୂରା ମୋଦିମୟ ହୋଇଯାଇଥିଲା ରାଜଧାନୀ । ପାରମ୍ପରିକ ନୃତ୍ୟବାଦ୍ୟରେ କମ୍ପିଥିଲା ଭୁବନେଶ୍ବର । ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ କରୁଥିଲେ ତ ତାଙ୍କ ଝଲକ୍ ଟିକେ ପାଇବା ପାଇଁ ରାସ୍ତାର ଉଭୟ କଡ଼ରେ ଲହଡ଼ି ଭାଙ୍ଗୁଥିଲା ହଜାର ହଜାର ଜନତାଙ୍କ ଭିଡ଼ । ଭୁବନେଶ୍ୱର ବିମାନ ବନ୍ଦରରୁ ବିଶାଳ ରୋଡ୍‌ ସୋ’ ମାଧ୍ୟମରେ ଜନତା ମୈଦାନ ଅଭିମୁଖେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଜନତା ମୈଦାନରେ ଆୟୋଜିତ ସଭାରେ ସାମଲି ହୋଇ ପୁଣି ଥରେ ବିମାନ ବନ୍ଦର ଅଭିମୁଖେ ବାହାରିଥିଲେ ପିଏମ୍‌ ମୋଦି ।

Advertisment

ତେବେ ଜନତା ମୈଦାନରୁ ବିମାନ ବନ୍ଦର ଯାଉଥିବା ସମୟରେ ସେହି ରାସ୍ତାରେ ହଠାତ୍‌ ଏକ ଆମ୍ବୁଲାନ୍ସ ଆସିଥିଲା । ଆଉ ସେହି ଆମ୍ବୁଲାନ୍ସକୁ ଦେଖିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ଆମ୍ବୁଲାନ୍ସକୁ ଯିବା ପାଇଁ ବାଟ ଛାଡ଼ିଥିଲେ । ଆମ୍ବୁଲାନ୍ସଟି ଯିବା ପରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା ।

ଅନ୍ୟପକ୍ଷରେ ଆଜି ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରଣ ଅବସରରେ ଓଡ଼ିଶାକୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୧୮ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପିଏମ୍ ମୋଦି । ୨ହଜାର ୭୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ବୌଦ୍ଧରେ ପହଞ୍ଚିଛି ରେଳ ନେଟୱର୍କ । ୧୦୦ଟି ବ୍ୟାଟେରୀ ଚାଳିତ ବସର ଶୁଭାରମ୍ଭ କରିବା ସହ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ‘ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ପୁସ୍ତିକା ଉନ୍ମୋଚନ କରିଛନ୍ତି ପିଏମ୍ ମୋଦି ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ୧୯ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୋଦି

Bhubaneswar Odisha Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ