ଚୌଦ୍ଵାର କି କଟକ ନୁହେଁ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ପଦ୍ମଶ୍ରୀ ଉତ୍ସବ ଚରଣ ଦାସ

ଚୌଦ୍ଵାର କି କଟକ ନୁହେଁ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ତାଙ୍କର ଏହି କଳା ପାଇଁ ତାଙ୍କୁ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କୁ କଟକର ଏକ ସଭାକୁ ନିମନ୍ତ୍ରିତ କରି ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Padmashree

ପ୍ରଧାନମନ୍ତ୍ରୀଙ୍କ ଜନସଭାରେ ପଦ୍ମଶ୍ରୀ ଡ .ଉତ୍ସବ ଚରଣ ଦାସଙ୍କୁ ସମ୍ମାନିତ କରାଯାଇଛି । ଓଡ଼ିଶାକୁ ନିର୍ବାଚନ କ୍ୟାମ୍ପେନରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଜନସଭା ମଞ୍ଚରେ ପଦ୍ମଶ୍ରୀ ଡ .ଉତ୍ସବ ଚରଣ ଦାସଙ୍କୁ ସମ୍ମାନିତ କରିଛନ୍ତି । କଟକ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ଉତ୍ସବଙ୍କୁ ଭୁଲି ନାହାଁନ୍ତି । ଯାହାକୁ ନେଇ ଉତ୍ସବ ନିଜକୁ ଗର୍ବିତ ମନେ କରିଛନ୍ତି ।

ଘୋଡ଼ା ନାଚକୁ ନିଶାଭାବେ ଗ୍ରହଣ କରି ସାରାଦେଶର କୋଣ ଅନୁକୋଣରେ ପହଁଚାଇଥ‌ିବା କଟକ ଜିଲ୍ଲା ଚୌଦ୍ଵାର ଅଂଚଳର ଡ.ଉତ୍ସବ ଚରଣ ଦାସଙ୍କୁ ୨୦୨୦ ମସିହାରେ ପଦ୍ମଶ୍ରୀ ଉପାଧି ମିଳିଥିଲା । ପଦ୍ମଶ୍ରୀ ମିଳିବା ପରେ ତାଙ୍କୁ ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ସେ କେବଳ ଚୌଦ୍ଵାର କି କଟକ ନୁହେଁ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ତାଙ୍କର ଏହି କଳା ପାଇଁ ତାଙ୍କୁ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କୁ କଟକର ଏକ ସଭାକୁ ନିମନ୍ତ୍ରିତ କରି ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଧିକ ପଢ଼ନ୍ତୁ: ‘ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି’

ମଞ୍ଚ ଉପରେ ତାଙ୍କ ହାତଧରି ପ୍ରୋଗ୍ରାମ ଚାଲୁଛି ତ ବୋଲି ପଚାରି ଥିଲେ । କଟକ ସହରରେ ହଜାର ହଜାର କର୍ମୀଙ୍କ ସାମ୍ନାରେ କଣ୍ଠ ଶିଳ୍ପୀ ଶ୍ୟାମାମଣୀ ଦେବୀ ଓ ତାଙ୍କୁ ଏଭଳି ସମ୍ମାନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଆଗରେ ତାଙ୍କୁ ଗର୍ବିତ କରିଥିବା ସେ କହିଛନ୍ତି । ଚୌଦ୍ଵାରରେ ୧୯୬୪ ମସିହାରେ ଏକ ସଂଗୀତ ଶିକ୍ଷା ଅନୁଷ୍ଠାନ ଆରମ୍ଭ କରିଥିଲେ ପଦ୍ମଶ୍ରୀ ଡ. ଉତ୍ସବ ଚରଣ ଦାସ । ବହୁ ଘାତ ପ୍ରତିଘାତ ଭିତରେ ନିଜର ଜୀବନକୁ ଅତିକ୍ରାନ୍ତ କରି ସେ ସଂସ୍କୃତିକୁ ବଂଚାଇ ରଖିଛନ୍ତି । ଚୌଦ୍ଵାରରେ ସେ ଏବେବି ଭଡ଼ା ଘରେ ରହି ସଙ୍ଗୀତ ଶିକ୍ଷା ଦେବା ସହିତ ନିଜେ ଘୋଡ଼ାନାଚ ଗୀତ ରଚନା କରି ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଘୋଡ଼ା ନାଚ ପରିବେଷଣ କରୁଛନ୍ତି । ଯାହାକୁ ନେଇ କେବଳ କଟକ ନୁହେଁ ସାରା ରାଜ୍ୟ ଆଜି ଗର୍ବିତ ।

ଅଧିକ ପଢ଼ନ୍ତୁ: ‘ତାମିଲ ଲୋକ ନୁହେଁ, ଓଡ଼ିଶାର ଶାସନ କରିବେ ଓଡ଼ିଆ ପୁଅ’