Advertisment

‘ଗଛଟିଏ କେବଳ ଲଗେଇଦେଲେ ହବନି, ତାକୁ ବଂଚେଇ ରଖିବା ସବୁଠୁ ବଡ଼ ଆହ୍ୱାନ’

ଏଠି ନିରୋଳା ପଣା ପିଇବାକୁ ଦଉନାହାଁନ୍ତି। ବରଂ ପଣା ସାଙ୍ଗରେ ଗଛଟିଏ ଉପହାର ଦଉଛନ୍ତି ଆଉ କହୁଛନ୍ତି, ପଣା ପିଅନ୍ତୁ ଗଛ ଲଗାନ୍ତୁ।

plantation

plantation

Advertisment

ଉପରେ ମୁଣ୍ଡଫଟା ଖରା। ରାସ୍ତା କଡ଼ରେ ଭିଡ଼ ଜମିଛି। ଗୋଟିଏ ପରେ ଗୋଟିଏ ଗାଡ଼ି ଅଟକୁଛି। ଏମିତି ଉଦୁଉଦିଆ ଖରାବେଳେ ଏଠି ଭିଡ଼ର କାରଣ ବୁଝୁ ବୁଝୁ ଜଣଗଲାଯେ, ଏଠି ପଣାବଣ୍ଟନ ଚାଲିଛି। ବେଶି କିଛି ଆଶ୍ଚର୍ଯ୍ୟ ଲାଗିଲାନି। କାରଣ ଖରାବେଳେ ବହୁଯାଗାରେ ଏମିତି ପଣାବଣ୍ଟନ ଚାଲିଛି। ହଠାତ୍ ଦେଖିଲୁ ଜଣେ ଭାଇ ହାତରେ ମାଇକ୍ରୋଫୋନ୍ ଧରି କିଛି କହୁଛନ୍ତି। ବୁଝିଲାବେଳକୁ ସେ ଏଠି ନିରୋଳା ପଣା ପିଇବାକୁ ଦଉନାହାଁନ୍ତି। ବରଂ ପଣା ସାଙ୍ଗରେ ଗଛଟିଏ ଉପହାର ଦଉଛନ୍ତି ଆଉ କହୁଛନ୍ତି, ପଣା ପିଅନ୍ତୁ ଗଛ ଲଗାନ୍ତୁ।

Advertisment

ଏମିତି କଥା ଶୁଣିବା ପରେ ଖୁସିଲାଗିଲା। ପ୍ରକୃତି ମା’କୁ ବଂଚେଇବାକୁ ହେଲେ ଗଛଟିଏ ତ ନିଶ୍ଚୟ ଲଗେଇବାକୁ ପଡ଼ିବ। ନହେଲେ ଦିନ ଆସିବ ପ୍ରକୃତି ମା’ ସାଙ୍ଗରେ ଆମେ ବି ଆଖି ବୁଝିବା। ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏମିତି ଏକ ସଚେତନତା ମୂଳକ ପଣାବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ରାଇଜିଂଇଣ୍ଡିଆ ସିଟିଜେନ ଫୋରମ୍‌ର ଭାଇମାନେ। ଗଛ ତ ଏବେ ଅନେକ ଅନୁଷ୍ଠାନ ଲଗଉଚି। କିନ୍ତୁ ଏମାନେ ଗଛଟିଏ ଲଗେଇଦେଇ ଚୁପ୍ ବସୁନାହାଁନ୍ତି। ତାକୁ ବଂଚେଇବାକୁ ବି ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ପାଣି ଦେବାର ବ୍ୟବସ୍ଥା କରୁଛନ୍ତି।

ଖାଲି ସେତିକି ନୁହେଁ, ଯେଉଁଠି ନିକଟରେ ପାଣିର ବ୍ୟବସ୍ଥା ନାହିଁ, ସେଠି ନିଜସ୍ୱ ଉଦ୍ୟମରେ ବୋରିଂ ଖୋଳି ପାଣି ଦବାର ବି ବ୍ୟବସ୍ଥା କରୁଛନ୍ତି। ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ମିଶ୍ର କୁହନ୍ତି, ଅନୁଷ୍ଠାନର ସ୍ଲୋଗାନ ହେଉଛି, ‘ଲକ୍ଷେ ଜନ, ଲକ୍ଷେ ବନ’। ତାଙ୍କ କହିବା କଥା ଗଛଟିଏ ଲଗେଇଦବା ଅପେକ୍ଷା ବଡ଼ ହେବାଯାଏଁ ତା’ର ଯତ୍ନ ନେବା ସବୁଠୁ ଗୁରୁତ୍ୱପୂଣ୍ଣ। ରାଜଧାନୀ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବି ଫୋରମ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନିକଟରେ ଅନୁଗୁଳରେ ଏକ ସଭା ଆୟୋଜନ କରାଯାଇ ସ୍ଥାନୀୟ ଲୋକଙ୍କୁ ପ୍ରଦୂଷଣର ଭୟାବହତା ଉପରେ ସଚେତନ କରଯାଇଥିଲା। ଏଥିପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଏ ଦିଗରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା।

Advertisment
Heat Wave Plantation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ