Advertisment

Piyush Tripathy in Controversy Again: ଯାତ୍ରା କଳାକାର ପୀୟୂଷଙ୍କ ପିଛା ଛାଡୁନି ବିବାଦ; ଆପତ୍ତି ଉଠାଇଲେ ଅପେରା ସୂର୍ଯ୍ୟମନ୍ଦିର ମାଲିକ

ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ପିଛା ଛାଡୁନି ବିବାଦ। ଗୋଟିଏର ସମାଧାନ ପରେ ମୁଣ୍ଡ ଟେକୁଛି ପୁଣି ଏକ ବିବାଦ। ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କ ସହ ଚୁକ୍ତି, ମନୋମାଳିନ୍ୟ ଓ ବିବାଦର ଅନ୍ତ ପରେ ଏବେ ପୀୟୂଷଙ୍କ ତଣ୍ଟିରେ ଲାଗିଛି ସେ ଏବେ କାମ କରୁଥିବା ଯାତ୍ରା ସୂର୍ଯ୍ୟମନ୍ଦିର କଣ୍ଟା।

ଅଦ୍ୟତନ ହୋଇଛି
Piyush Tripathy in Controversy Again

Piyush Tripathy in Controversy Again

Advertisment

ପୁଣି ପୀୟୂଷ, ପୁଣି ଯାତେରା। ଲୋକପ୍ରିୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀଙ୍କ ପିଛା ଛାଡ଼ୁନି ବିବାଦ। ପ୍ରଥମେ ଯାତ୍ରା ସିଂହବାହିନୀ ଅପେରା ମାଲିକଙ୍କ ପୀୟୂଷଙ୍କ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସା ପରେ, ଏବେ ସେ ଚୁକ୍ତିବଦ୍ଧ ଥିବା ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ବି ଆଣିଛନ୍ତି ଚୁକ୍ତି ଖିଲାପୀର ଗୁରୁତର ଅଭିଯୋଗ। ଯାହାକୁ ନେଇ ପୁଣି ଚର୍ଚ୍ଚାରେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ।

Advertisment

ଲୋକପ୍ରିୟ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କ ପିଛା ଛାଡୁନି ବିବାଦ। ଗୋଟିଏର ସମାଧାନ ପରେ ମୁଣ୍ଡ ଟେକୁଛି ପୁଣି ଏକ ବିବାଦ। ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କ ସହ ଚୁକ୍ତି, ମନୋମାଳିନ୍ୟ ଓ ବିବାଦର ଅନ୍ତ ପରେ ଏବେ ପୀୟୂଷଙ୍କ ତଣ୍ଟିରେ ଲାଗିଛି ସେ ଏବେ କାମ କରୁଥିବା ଯାତ୍ରା ସୂର୍ଯ୍ୟମନ୍ଦିର କଣ୍ଟା। ଅପେରା ଯାତ୍ରା ସିଂହବାହନୀ ପାର୍ଟି ମାଲିକଙ୍କ ସହ ବିବାଦର ସମାଧାନ ହେବା ନେଇ ଗଣମାଧ୍ୟମରେ ଉଭୟଙ୍କ ସ୍ପଷ୍ଟୋକ୍ତି ପରେ ଏବେ ମୁହଁ ଖୋଲିଛନ୍ତି ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ। ସେ ଅଭିଯୋଗ କରିଛନ୍ତି ପୀୟୂଷ ସୂର୍ଯ୍ୟମନ୍ଦିର ଯାତ୍ରାପାର୍ଟିରେ ୨୦୨୬ ଜୁନ୍ ୧୩ ତାରିଖ ଯାଏଁ ଅନୁବନ୍ଧିତ ଅଛନ୍ତି। ସେହି ଅନୁସାରେ ଯାତ୍ରା କମିଟିଠାରୁ ବୁକିଂ ରଖାଯାଇଛି।ହେଲେ ବର୍ତ୍ତମାନ ଚୁକ୍ତି ସମୟ ସୀମା ସରିବା ପୂର୍ବରୁ ପୀୟୂଷ ଯାତ୍ରା ସିଂହବାହିନୀକୁ ଯିବାକୁ ନିଷ୍ପତ୍ତି ନେଇଥିବାରୁ ଏବେ ତାଙ୍କ ପାର୍ଟି କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ପୀୟୂଷଙ୍କ ମୁଖା ଖୋଲିଲେ ଧଉଳି ଗଣନାଟ୍ୟ ପ୍ରଯୋଜକ; କହିଲେ, ମୋଠୁ ବି ସେ ନେଇଥିଲେ ଲକ୍ଷେ ଟଙ୍କା

Advertisment

ଏହାପୂର୍ବରୁ ଯାତ୍ରା ସିଂହବାହିନୀ ମାଲିକ ପୀୟୁଷଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ। ପୀୟୁଷ ତାଙ୍କଠାରୁ ୫୫ ଲକ୍ଷ ଅଗ୍ରୀମ ଟଙ୍କା ଏବଂ ଏକ ଟୟୋଟା ଫର୍ଚୁନର ଗାଡ଼ି ଉପହାର ନେଇ ପରେ ତାଙ୍କ ସହ ଚୁକ୍ତି ଖିଲାପ କରିଥିବା କହିଥିଲେ ଅପେରା ଯାତ୍ରା ସିଂହବାହିନୀ ମାଲିକ ସଂଜବୀ ପାଢୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉଗ୍ର ହୋଇଥିଲା। ଏମିତିକି ଯାତ୍ରା ସିଂହବାହିନୀକୁ ସେ କେବେ ବି ଯିବେନି ବୋଲି ନିଜେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ ପୀୟୂଷ। ପରେ ପୀୟୂଷ ଓଟିଭି ଷ୍ଟୁଡିଓ ଆସି ଏ ବିବାଦ ସମ୍ପର୍କରେ ବିସ୍ତୃତ ଭାବେ ମୁହଁ ଖୋଲିବା ସହ ଯାତ୍ରା ମଞ୍ଚ ଛାଡ଼ିଦେବେ ବୋଲି କହିଥିଲେ। ହେଲେ ଏହାର ଦିନକ ପରେ ପୁଣି ଗଣମାଧ୍ୟମରେ ମୁହଁ ଖୋଲି ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ବିବାଦ ସମାଧାନ ହୋଇଥିବା ଏବଂ ସେ ଆସନ୍ତାବର୍ଷ ସିଂହବାହିନୀ ପାର୍ଟିରେ ଯୋଗଦେବା କଥା କହିଥିଲେ। ଅନ୍ୟପଟେ ସିଂହବାହିନୀ ପାର୍ଟିର ମାଲିକ ମଧ୍ୟ ବିବାଦର ଅନ୍ତ ଘଟିଥିବା କଥା କହିଥିଲେ। ତେବେ ବର୍ତ୍ତମାନ ପୀୟୂଷଙ୍କ ବିରୋଧରେ ଆସିଥିବା ଏ ନୂଆ ଅଭିଯୋଗ ନେଇ ତାଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାନି।

Controversy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ