Pipili Minor Girl Burnt
ପିପିଲି ବଳଙ୍ଗାରେ ନାବାଳିକାଙ୍କୁ ନିଆଁ ଲଗାଇଦେବା ଘଟଣାରେ ଅତ୍ୟନ୍ତ ଦୁଃଖିତ କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ । ନ୍ୟାୟ ସୁନିଶ୍ଚିତ କରିବା ଆମର ପ୍ରଥମ ଦାୟିତ୍ୱ । ଅପରାଧୀ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ ଆମେ ଚେଷ୍ଟା କରିବୁ ।ଏମ୍ସରେ ଚିକିତ୍ସିତ ନାବାଳିକାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମନମୋହନ ସାମଲ ।
ପ୍ରଶାସନ ସ୍ଥାଣୁ ପାଲଟି ଯାଇଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ରାଜ୍ୟରେ ଛାତ୍ରୀ ଓ ମହିଳା ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ପୋଲିସ ଓ ପ୍ରଶାସନକୁ ଆଉ ଭୟ କରୁନାହାନ୍ତି ଅପରାଧୀ । ସରକାର ସମ୍ବେଦନଶୂନ୍ୟ ହୋଇ ସୁଶାସନର ଡିଣ୍ଡିମ ପିଟି ଚାଲିଛି । ବଳଙ୍ଗା ଅଞ୍ଚଳ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଦାସ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏମ୍ସରେ ନାବାଳିକାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଓ ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଗୋଟେ ନିଆଁ ଲିଭିନି ଆଉ ଗୋଟେ ନିଆଁ ଜଳିଲାଣି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏ ସରକାରର ନିଦ ଭାଙ୍ଗୁନି...ଆମର ଦାବି ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ । ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ମୀନୀକ୍ଷୀ ବାହିନୀପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752929643.jpg)