Advertisment

Accident In Ranpur: ପିକନିକ ଯାଉଥିବା ବେଳେ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ଖୁସିରେ ପିକନିକ ଯାଉଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପିକନିକ ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି।

Accident in Ranpur

Accident

Advertisment

ଖୁସିରେ ପିକନିକ ଯାଉଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ଜୀବନ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପିକନିକ ଯାଉଥିବା ବେଳେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୩୦ରୁ ଅଧିକ ଯାତ୍ରୀ ଆହତ ହୋଥଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗୁଣ୍ଠୁଣି ଗ୍ରାମର ପ୍ରାୟ ୪୦ ରୁ ୪୫ ଜଣ ଯାତ୍ରୀ କାଳିଜାଇ ଓ ତାରାତାରିଣୀ ଦେଖିବା ପାଇଁ ବାହାରିଥିଲେ। ତେବେ ମଧ୍ୟରାତ୍ରିରେ ପ୍ରାୟ ୧୨ଟାରୁ ୧ଟା ମଧ୍ୟରେ ଦୁର୍ଘଟଣା ଘଟିଥିଲା।

Advertisment

ରଣପୁର ଖଣ୍ଡିସି ଛକ ନିକଟରେ ବସଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା। ବସଟି ଭାରସାମ୍ୟ ହରାଇ ସାଇଟ ୱାଲକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସିପଡ଼ିଥିଲା। ବସ ଭିତରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଵା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ବସରେ ଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ।

ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଗୁରତର ଆହତ ମାନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚାନ୍ଦପୁର ମେଡିକାଲରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ। ଗୁରୁତର ଆହତ ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

Nayagarh Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ